କୋରାପୁଟ: ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ସେଠାରେପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଟି ଜିଲ୍ଲାର ଏସ୍ପିଙ୍କ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି।
ଆଇନଶୃଙ୍ଖଳା ସହ ମାଓବାଦୀ କାର୍ଯ୍ୟକଳାପ, ମାଓ ଦମନ ଅଭିଯାନ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ପୋଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ଡିଜି ଆଇନ ଶୃଙ୍ଖଳାଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
Comments are closed.