Latest Odisha News

BREAKING NEWS

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ , ମାଓ ଗତିବିଧି ଓ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । କୋରାପୁଟ ବିଏସଏଫ୍ ସେକ୍ଟରରେ ଅବତରଣ କରିବା ପରେ ଦକ୍ଷୀଣ ପଶ୍ଚିମ ଡିଆଇଜିଙ୍କ ସହ ଆଜି ନିର୍ବାଚନୀ ସମୀକ୍ଷା  ମାଓ ଅପରେସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।

ବିଏସଏଫ୍ ସେକ୍ଟର ହେଲିପ୍ୟାଡରୁ ଓଏସଏପି ତୃତୀୟ ବାଟାଲିୟନ୍ ପରିଦର୍ଶନ କରିଥିଲେ । ପରେ ଏସଓଜି ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିଜିଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏହି ସମୟରେ ଡିଜିଙ୍କ ସ୍ପେଶାଲ ଡିଜି ଏମ କେ ଛାବ୍ରା, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାଶ, ଆଇଜି ଅପରେସନ ଅମିତାଭ ଠାକୁର ଏସଆଇଡବ୍ଳୁ ଆଇଜି ପ୍ରମୁଖ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.