Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ନେଇ ମାହୋଲ ସରଗରମ: ନିର୍ବାଚନୀ ରାଲିରେ ଷ୍ଟାର ପ୍ରଚାରକ

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା କାଲି ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଂଚଳରେ ସରଗରମ ଚାଲିଛି ପ୍ରଚାର । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି ।

ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି । ରାଲି କୁସୁମା ପୋଖରୀରୁ ବାହାରି ସମଗ୍ର ସହର ପରିକ୍ରମା କରିଛି । ରାଜ୍ୟ ସରକାରଙ୍କ ସଂପଳତା ଓ ସହରର ବିକାଶକୁ ପ୍ରସଂଗ କରି ଭୋଟ ଭିକ୍ଷା କରିଛନ୍ତି ପ୍ରାର୍ଥୀ । ଏହି ରାଲିରେ ସହରର ୧୮ ଟି ୱାର୍ଡ ର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ମାନେ ସାମିଲ ହୋଇ ଏକାଠି ପ୍ରଚାର କରିଛନ୍ତି ।

ସେହିପରି ଦଳୀୟ ପ୍ରଚାରରେ ସାମିଲ ହୋଇଛନ୍ତି ଷ୍ଟାର ପ୍ରଚାରକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏଲିନା ଦାସ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ବିକାଶ ମୁଳକ କାର୍ଯ୍ୟପାଇଁ ବିଜେଡି ନିଶ୍ଚୟ ବିଜୟୀ ହେବ ବୋଲି ଉଭୟ ଆଶା କରିଛନ୍ତି ।

Leave A Reply

Your email address will not be published.