Latest Odisha News

BREAKING NEWS

ରିଲିଜ୍ ଅପେକ୍ଷାରେ ‘ନାୟକର ନାଁ ଦେବଦାସ’…

ଭୁବନେଶ୍ୱର: ଓଡ଼ିଆ ଭାଷାରେ ତିଆରି ହେଉଛି ଦେବଦାସ ଚଳଚ୍ଚିତ୍ର । ଯାହାର ନାମ ରଖ ଯାଇଛି ‘ନାୟକର ନାଁ ଦେବଦାସ’ । ଆସନ୍ତା ୯ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।

ଏହି ଚଳଚ୍ଚିତ୍ରରେ ପାରୋ ଚରିତ୍ରରେ ଭୂମିକା ଦାସ ଅଭିନୟ କରୁଥିବା ବେଳେ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ । ଦେବଦାସ ଭୂମିକାରେ ନଜର ଆସିବେ ଅଭିନେତା ଅସିତ ।

ଏହାର ସଂଳାପ ରଚନା ଦେବୀଦତ୍ତ ମହାନ୍ତି କରିଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ ।

ଏହାର ଗୀତ ଗୁଡିକର କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ହ୍ୟୁମାନ ସାଗର,ବିଷ୍ଣୁ ମୋହନ କବି ଓ ଅନିଷାଙ୍କ ଭଳି ଆଗ ଧାଡ଼ିର କଣ୍ଠଶିଳ୍ପୀ ମାନେ ।

ସିନେମାଟି ଓଡିଶାର ୫୪ ଟି ହଲରେ ଏକକାଳୀନ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ପ୍ରମିୟର କଟକ ଓ ଭୁବନେଶ୍ୱରରେ ହେବ ବୋଲି ଏହାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.