Latest Odisha News

BREAKING NEWS

ଓଡ଼ିଶାର ୫ଟି ବାଟାଲିୟନରେ ପ୍ରଚଳିତ ହେବ ଇ-ଅଫିସ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟର ୫ଟି ବାଟାଲିୟନରେ ଓଡ଼ିଶା ପୋଲିସ ପକ୍ଷରୁ ଇ-ଅଫିସ ସିଷ୍ଟମ ।

ରାଜଧାନୀସ୍ଥିତ ପୋଲିସ ଭବନଠାରେ ୩ୟ କମାଣ୍ଡାଣ୍ଟ କନଫରେନ୍ସରେ ଏସମ୍ପର୍କରେ ସୂଚନାଦେଇ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବି କେ ଶର୍ମା କହିଛନ୍ତି, ଓଡ଼ିଶାର ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧାଠାରେ ଥିବା ଏହି ୫ଟି ବାଟାଲିୟନରେ ପ୍ରଥମ ପର୍ଯ୍ୟାୟରେ ଇ-ଅଫିସ ସିଷ୍ଟମ କାର୍ଯ୍ୟାକାରୀ ହେବ । ଅବଶିଷ୍ଟ ବାଟାଲିୟନ ଗୁଡ଼ିକରେ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଇ-ଅଫିସ ସିଷ୍ଟମ କାର୍ଯ୍ୟକାରୀ ହୋଇଯିବ ବୋଲି ଡ଼ିଜିପି ସୂଚନା ଦେଇଛନ୍ତି ।

ଡିଜିପି ଶ୍ରୀ ଶର୍ମା ୨୦ ବାଟାଲିୟନର କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ଏକ ଇ-ଅଫିସ ଆପ୍ସକୁ ଉନ୍ମୋଚିତ କରିଥିଲେ । ଏହି ଆପ୍ସ ଏବଂ ଏହି ଇ-ଅଫିସ ସିଷ୍ଟମ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏଥିରୁ ଅବଗତ ହେବାରେ ସୁବିଧା ମଧ୍ୟ ରହିଛି ।

“ଆଗାମୀ ଦିନମାନଙ୍କରେ ରାଜ୍ୟର ସମସ୍ତ ବାଟାଲିୟନରେ ଏହି ଇ-ଅଫିସ ସିଷ୍ଟମ ପ୍ରଚଳିତ ହେବାପରେ ଜନସାଧାରଣଙ୍କୁ ଦ୍ରୁତଗତିରେ ସେବା ଯୋଗାଇ ଦିଆଯାଇପାରିବ,” ବୋଲି ଡ଼ିଜିପି କହିଛନ୍ତି ।

Leave A Reply

Your email address will not be published.