Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୨୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୩% ତଳେ ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାବୁ ପାଉଛି କରୋନା । ସଂକ୍ରମଣ ଏବେ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ଅଢ଼େଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୨ଶହ ୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩ଶହ ୧୫ ଓ ଲୋକାଲ୍ କଣ୍ଟାକ୍ଟେ କେସ୍ ରହିଛି ୯୬୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨, କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୂରଭଞ୍ଜରୁ ୧୪୧, ପୁରୀରୁ ୧୨୭ ଓ ଯାଜପୁରରୁ ବାହାରିଛନ୍ତି ଆଉ ୧୧୧ ସଂକ୍ରମିତ ।

ବାକି ୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୫ଟି ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ହଜାର ୪୬୬ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାରି ରହିଛି ୨.୯୦ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୩୯ହଜାର ୭୫୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯ହଜାର ୬୩୯ । ଏବେ ରାଜ୍ୟରେ ୨୫ହଜାର ୪୬୧ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.