Latest Odisha News

BREAKING NEWS

ରାଜ୍ୟରୁ ଆଉ ୬୫ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୧୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଛି । ଆଉ ୬୫ ଜଣଙ୍କର ଜୀବନ ଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଚିକିତ୍ସାଧୀନ ଅବସ୍ଥାରେ ୨୦ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡ଼, କେନ୍ଦୁଝର ଓ ପୁରୀରୁ ଆଉ ୬ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲାରୁ ଆଉ ୪ ଜଣ କରୋନାରେ ଆଖି ବୁଜିଛନ୍ତି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ଲେଖାଏ ପ୍ରାଣ ହରାଇଛନ୍ତି ।

ବାଲେଶ୍ୱର, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ ସମ୍ୱଲପୁର ଜିଲ୍ଲାରୁ କରୋନାରେ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୫୯୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.