Latest Odisha News

BREAKING NEWS

ରଥଯାତ୍ରା ପାଇଁ ଆଜି ରାତି ୮ଟାରୁ ପୁରୀରେ ଦୁଇ ଦିନିଆ କର୍ଫ୍ୟୁ

ପୁରୀ: ଆସନ୍ତାରାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ କଟକଣାରେ ବିନା ଭକ୍ତରେ ରଥଯାତ୍ରା ହେବ । ଏଥିପାଇଁ ଆଜି ରାତି ୮ ଟାରୁ ଦୁଇ ଦିନ ସହରରେ ଜାରି ହେବ କର୍ଫ୍ୟୁ । ମଙ୍ଗଳବାର ରାତି ୮ଟା ଯାଏ ବଡ଼ଦାଣ୍ଡ ରେ ୧୪୪ ଧାରା ବଳବତ୍ତର ରହିବ । ନିୟମକୁ ମାନି ପ୍ରଶାସନକୁ ସହଯୋଗ କରିବା ପାଇଁ ପୁରୀ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

କର୍ଫ୍ୟୁ ସମୟରେ କୌଣସି ଜରୁରୀ ସମସ୍ୟା ଥିଲେ ତୁରନ୍ତ ସମାଧାନ ପାଇଁ ୧୮୦୦୩୪୫୭୪୯୫ ଟୋଲ ଫ୍ରି ନମ୍ବରରେ କଲ କରିବାକୁ ଜିଲାପାଳ କହିଛନ୍ତି । କର୍ଫ୍ୟୁ ସମୟରେ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ବି ରୋକ୍‌ ଲଗାଯାଇଛି । ସ୍ୱାସ୍ଥ୍ୟ ସମସ୍ୟା କିମ୍ବା କୌଣସି ଜରୁରୀକାଳୀନ କାମ ପାଇଁ ଘରୁ ବାହାରିପାରିବେ ।

କର୍ଫ୍ୟୁ ସମୟରେ ବଡ଼ଦାଣ୍ଡରେ କୌଣସି ଦୋକାନ ଖୋଲିବ ନାହିଁ । ଦୁଇ ଦିନ ପୁରୀ ସହରରେ କୌଣସି ହୋଟେଲ୍, ଲଜିଂ ଓ ଧର୍ମଶାଳାରେ ପର୍ଯ୍ୟଟକ କି ଶ୍ରଦ୍ଧାଳୁ ରହିପାରିବେ ନାହିଁ । ଏହି ସମୟ ମଧ୍ୟରେ କୌଣସି ବାହାର ଲୋକ ସହର ଭିତରେ ପ୍ରବେଶ କରିପାରିବେ ନାହିଁ । ସେହିପରି ବଡ଼ଦାଣ୍ଡରେ ଘର କରିଥିବା ଲୋକମାନେ ନିଜ ଘରେ ବସି ଟିଭିରେ ରଥଯାତ୍ରା ଦେଖିବେ । ଛାତ କି ବାଳକୋନୀରୁ ରଥଯାତ୍ରା ଦେଖିବା ଉପରେ ଜାରି ହୋଇଛି କଟକଣା ।

Leave A Reply

Your email address will not be published.