ଭୁବନେଶ୍ୱର: ଏବର୍ଷ କରୋନା ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଭାସିବନି ଡଙ୍ଗା। ନଦୀ ଘାଟରେ ଗହଳି ଓ ବୁଡ଼ ପକାଇବା ଉପରେ ଲାଗିଲା କଟକଣା। ଏକତ୍ର ହୋଇ ଡଙ୍ଗା ଭସାଇବା ମନା। କଟକଣା ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।
କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟ ଓ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏବର୍ଷ କରୋନା ସମୟରେ ଲୋକଙ୍କ ଭିଡ଼ ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର। ଚଳିତବର୍ଷ ବାଲିଯାତ୍ରା ମଧ୍ୟ ଅନୁଷ୍ଠିତ ହେବନାହିଁ। ବଡ଼ଓଷାକୁ ମଧ୍ୟ ବାରଣ କରାଯାଇଛି।
Comments are closed.