Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ କଲେ ରିଲ୍; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ: ଲାଗୁଛି ଶ୍ରୀମନ୍ଦିର ସୁରକ୍ଷା ନେଇ ଯେତେ କଡ଼ା କଟକଣା ହେବାକଥା ସେତେଟା ହେଉ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଭାଇରାଲ୍ ଭିଡିଓ ମାମଲା ସାମ୍ନାକୁ ଆସିଛି। କିଛିଦିନ ତଳେ ଡ୍ରୋନ୍ ଉଡ଼ାଇ ଜଣେ ବଙ୍ଗୀୟ ଯୁବକ ଗିରଫ ହୋଇଥିଲେ। ଏବେ ଆଉ ଜଣେ ଯୁବକ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି।

ଶ୍ରୀମନ୍ଦିର ଭିତରେ ରିଲ୍ସ‌ କରି ଇନଷ୍ଟା ଆଇଡିରେ ଭିଡିଓ ଅପଲୋଡ କରାଯାଇଛି। ରୋହିତ୍ ଜଏସୱାଲ୍‌ ନାମକ ଜଣେ ଯୁବକ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଅପଲୋଡ୍ କରିଛନ୍ତି। ଶ୍ରୀମନ୍ଦିର ବେଢାରେ ଥିବା ନୃସିଂହ ମନ୍ଦିର ସମ୍ମୁଖରେ ଓ ସ୍ନାନମଣ୍ଡପ ନିକଟରେ ଭିଡିଓଟି ରେକର୍ଡିଂ କରାଯାଇଛି। ଭିଡିଓରେ ଶ୍ରୀନ୍ଦିର ବୁଲାଇ ଦେଖାଇବା ସହି ଜଣେ ଯୁବକ ମନ୍ଦିର ଆଡ଼େ ଚାହିଁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ରହିଛି।

ଏପଟେ ଏହି ଘଟଣାରେ ରୋହିତ ଜୟସୱାଲ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ଵାର ଥାନା ପୋଲିସ। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ଵାର ଥାନାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋହିତ ଥାନାରେ ହାଜର ନହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ଚାରି ଦ୍ୱାରରେ କ୍ୟାମେରା ଓ ମୋବାଇଲ ଫୋନ୍ ଭିତରକୁ ଯିବା ଉପରେ କଟକଣା ଲାଗିଛି। ତା ସହିତ ସୁରକ୍ଷାକର୍ମୀମାନେ ଟିକିନିକି ଯାଞ୍ଚ କରୁଛନ୍ତି। ତା ସତ୍ତ୍ୱେ ବି କେମିତି ଯୁବକ ମୋବାଇଲ୍‌ ନେଇ ଭିଡିଓ ରେକର୍ଡିଂ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Comments are closed.