Latest Odisha News

BREAKING NEWS

ଦୁର୍ଘଟଣା ପରେ ଭଦ୍ରକରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଗଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଭଦ୍ରକ ଷ୍ଟେସନରୁ ୨୫୦ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ସ୍ୱତନ୍ତ୍ର ଟ୍ରେନ୍ । ଶୁକ୍ରବାର ବାଲେଶ୍ୱର ବାହାନଗାରେ ଏକକାଳୀନ ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ପରେ ଫସି ରହିଥିବା ଯାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟ୍ରେନ୍ ଚେନ୍ନାଇ ଅଭିମୁଖେ ଯାଇଛି । ୨୫୦ ଯାତ୍ରୀଙ୍କୁ ନେଇ ବାହାରିଥିବା ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ୍ ରହୁଥିବା ଷ୍ଟେସନରେ ଅଟକିବ । ରବିବାର ସକାଳ ୯ଟାରେ ସ୍ୱତନ୍ତ୍ର ଟ୍ରେନ୍ ଚେନ୍ନାଇ ସେଣ୍ଟ୍ରାଲ୍ ରେଲୱେ ଷ୍ଟେସନରେ ପହଞ୍ଚିବ ।

ଆହତ ଯାତ୍ରୀଙ୍କ ଚିକିତ୍ସା ଓ ପରିବହନ ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିଛି ଯାତ୍ରୀଙ୍କୁ ବସ୍ ଯୋଗେ ମଧ୍ୟ ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି । ଅନ୍ୟପଟେ ଚେନ୍ନାଇରୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଯାହାକି ଆଜି ରାତି ୭ଟା ୨୦ରେ ଚେନ୍ନାଇ ଛାଡ଼ି ଭଦ୍ରକ ଯାଏ ଯିବ ।

କରମଣ୍ଡଳ ଏକ୍ସପ୍ରେସରେ ଦୁର୍ଘଟଣାର ସମ୍ମୁଖୀନ ଯାତ୍ରୀଙ୍କ ସମ୍ପର୍କୀୟ ଚେନ୍ନାଇ ଷ୍ଟେସନରୁ ଆବଶ୍ୟକୀୟ ମାଗଣା ପାସ୍ ନେଇ ଯାତ୍ରା କରି ପାରିବେ । ଏଥିପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।

୩ଟି ଟ୍ରେନ୍ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.