Latest Odisha News

BREAKING NEWS

ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ: ସିଗନାଲ ମାନିଲାନି କରମଣ୍ଡଳ, ଅପ୍ ଲାଇନରେ ପଶି ମାଲବାହୀକୁ ପିଟିଲା

ଭୁବନେଶ୍ୱର:ଏତେବଡ ଦୁର୍ଘଟଣା କିପରି ଘଟିଲା । ଏକ ସମୟରେ ତିନି ଟ୍ରେନ ପରସ୍ପର ସହ ଧକ୍କା କେମିତି ହେଲା  ଯେଉଁଥିପାଇଁ ଚାଲିଗଲା ୨୬୧ ଜଣଙ୍କ ଜୀବନ  । ଇତି ମଧ୍ୟରେ ଉଦ୍ଧାର କାମ ଶେଷ ହୋଇଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ନେତା ଏବଂ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ଏତେ ବଡ ଦୁର୍ଘଟଣାର କାରଣ  କ’ଣ ହୋଇପାରେ ? ସେ ନେଇ ଚଲିଛି ତର୍ଜମା ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ,  , ସିଗନାଲ ନ ମାନିବାରୁ ଏତେବଡ ଦୁର୍ଘଟଣା ଘଟିଲା ।  କରମଣ୍ଡଳ ଏକ୍ସପ୍ରେସ୍ ସିଗନାଲ ମାନି ନ ଥିଲା । ମେନ୍ ଲାଇନରେ ଆସିବାକୁ କରମଣ୍ଡଳକୁ ସିଗନାଲ ଥିଲା । ହେଲେ ଅପ୍ ଲାଇନକୁ ପଶିଆସିଥିଲା କରମଣ୍ଡଳ । ଫଳରେ ଅନ୍ୟ ଟ୍ରାକରେ ଥିବା ମାଲବାହୀ ଟ୍ରେନରେ ପିଟି ହୋଇଥିଲା ।

ଏହାରି ଭିତରେ ଆସି ଯାଇଥିଲା ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍  ।  ଏହି ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଫଳରେ ଏକ୍ସପ୍ରେସର ୨ କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ସହ ୨୬୧ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।  ୯୦୦ରୁ ଅଧିକ ଯତ୍ରୀ ଆହତ ହୋଇଥିବା ରେଲୱେର ପ୍ରଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.