Latest Odisha News

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର:  ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ  ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି।

ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ବାଇଁ (ୱିକେଟ୍‌କିପର), ରାଜେଶ ଧୂପର (ୱିକେଟ୍‌କିପର), ଅନିଲ ପରିଡ଼ା, ସମ୍ବିତ ଏସ୍‌ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସା, ତାପସ ଦାସ।

ସେହିଭଳି ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହିଛନ୍ତି ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ସୌରଭ ଗୌଡ଼, ପ୍ରଶାନ୍ତ ରଣା ଏବଂ କାର୍ତ୍ତିକ ବିଶ୍ବାଳ।

ଚଳିତ ମାସ ୧୫ ତାରିଖରୁ ଓଡ଼ିଶା ରଣଜୀ ଅଭିଯାନ ଆରମ୍ଭ କରିବ। ଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳିବ ଓଡ଼ିଶା । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାକୁ ଏହାପରେ ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ବିଦର୍ଭ, ନାଗାଲାଣ୍ଡ, ତାମିଲନାଡୁ ଓ ଝାଡ଼ଖଣ୍ଡ ସହ ମ୍ୟାଚ ରହିଛି ।

ବିସିସିଆଇର ଘରୋଇ ସିଜିନ ମଧ୍ୟରେ ରଣଜୀ ଟ୍ରଫି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଟ୍ରଫି ପାଇଁ ସବୁ ରାଜ୍ୟ ସଂଘ ଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥାଏ।

Comments are closed.