Latest Odisha News

BREAKING NEWS

Fish Farming: ରାଜ୍ୟରେ କେମିତି ମାଛ ଚାଷ ବୃଦ୍ଧି ହେବ ସେ ନେଇ ଏକ ପ୍ରୋଜେକ୍ଟ ତିଆରି କରାଯାଉ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ ଓ ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

ରେ ଯୋଗଦେଇ କୃଷି ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ପାଲଟିଛି ଓଡ଼ିଶା । ଗତ ବର୍ଷ ୮୫ ପ୍ରତିଶତ ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ୮୧ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି ।

ପୂର୍ବରୁ କଳାହାଣ୍ଡି ଜିଲ୍ଲା ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା ହେଲେ ଏବେ ଓଡ଼ିଶାର ଭାତ ହାଣ୍ଡି ପାଲଟିଛି । ଚାଷୀଙ୍କ ଉଦ୍ୟମ ଓ ପରିଶ୍ରମ ଫଳରେ ଓଡିଶାର ଜିନିଷ ଦେଶ ବାହାରେ ବିକ୍ରି ପାଇଁ ଯାଉଛି । ପୂର୍ବରୁ ଆମ୍ବ କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡ଼ିଶାରେ ବିକ୍ରି ହେଉଥିଲା । ଏବେ ୫୫ ଟଙ୍କା କେଜି ଅନୁସାରେ ୟୁଏଇ, ଦୁବାଇ, ଲଣ୍ଡନ ଓ ପ୍ୟାରିସକୁ ରପ୍ତାନି ହୋଇଛି । ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ, ଚାଷୀମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଉଥିବା ସତ୍ବେ କାହିଁକି ଏହାକୁ କାର୍ଯ୍ୟରେ ଲଗାଇ ପାରୁନାହାନ୍ତି ଚାଷୀ । ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ବେଳେ ଏଭଳି ସମସ୍ୟା ଉପଲବ୍ଧି କରିଥିବା ନେଇ ଉଦବେଗ ପ୍ରକାଶ କରି ରାଜ୍ୟପାଳ ଏହାର ସମାଧାନ ପାଇଁ ବିଭିନ୍ନ ଚାଷକୁ ନେଇ ପ୍ରୋଜେକ୍ଟ ପ୍ରୋଫାଇଲ ବିଶ୍ୱବିଦ୍ୟାଳୟ ଉନ୍ମୋଚନ କରୁ ବୋଲି କହିଛନ୍ତି ରାଜ୍ୟପାଳ । ଏହା ସହ ରାଜ୍ୟ ପାଖରେ ସବୁ ସାଧନ ଥାଇ କାହିଁକି ମାଛ ଉତ୍ପାଦନରେ ଓଡ଼ିଶା ପଛରେ ବୋଲି ପ୍ରଶ୍ନ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ।

 

Comments are closed.