Latest Odisha News

ଜୁନରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭% ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ ଓଡ଼ିଶାରୋ ମୋଟ୍ ୧୧୮.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯୩.୨ ମିଲିମିଟରଠାରୁ ୨୭ ପ୍ରତିଶତ ଅଧିକ । ଅର୍ଥାତ ରାଜ୍ୟରେ ଗତ ୧୭ ଦିନ ଭିତରେ ସ୍ୱାଭାବିକଠାରୁ ୨୭ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନ୍ ୧ରୁ ଆଜି ଭିତରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୯୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଏହି ସମୟ ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୩.୩ ମିଲିମିଟର ବୃଷ୍ଟିପାତ ହୋଇଛି । ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆହୁରି ଦୁଇ ତିନି ବର୍ଷା ସମ୍ଭାବନା ରହିଛି । ଏବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ।

Leave A Reply

Your email address will not be published.