Latest Odisha News

BREAKING NEWS

ରାଜ୍ୟରେ ୫ ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ଓଡିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟ ସଂଖ୍ୟା । ଗତ ୧୦ ଦିନ ଭିତରେ ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଲକ୍ଷେ ଟପିଛି । ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି ଏବଂ ଆସନ୍ତା ଦିନରେ ରାଜ୍ୟରେ ଟେଷ୍ଟିଂ ଆହୁରି ଅଧିକ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି । ଅଧିକ ଟେଷ୍ଟିଂର ସୁଫଳ ଗଂଜାମ ଜିଲ୍ଲାରେ ମିଳିଛି । ସେଠାରେ ଦିନକୁ ୨ ହଜାର ପାଖାପାଖି ଟେଷ୍ଟ କରାଯାଉଥିବା ସେ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟର ୩୦ ଟି ଜିଲ୍ଲାରେ ୫୪ ଟି ଟେଷ୍ଟିଂ ଲ୍ୟାବ କରାଯାଇଛି । ସେଥିରୁ ୩୫ଟି ସରକାରୀ ଲ୍ୟାବ ଓ ୯ଟି ଘରୋଇ ଲ୍ୟାବ ରହିଛି । ଦିନକୁ ୨୦ ହଜାର ଟେଷ୍ଟିଂ ପାଇଁ ଓଡିଶାରେ ବ୍ୟବସ୍ଥା ରହିଥିବା ସରକାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.