Latest Odisha News

ରାଜ୍ୟରେ ଯଥେଷ୍ଟ ପରିମାଣର ଔଷଧ ରହିଛି: ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରେସମିଟ୍ କରି ସରକାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ରାଜ୍ୟବାସୀ ନିଶ୍ଚିନ୍ତ ରୁହନ୍ତୁ । କୋଭିଡ୍ ଟିକା ପ୍ରସ୍ତୁତ ହେଲେ ସରକାର ଖୁବଶୀଘ୍ର ରାଜ୍ୟକୁ ଆଣିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ ସୂଚନା ଦେଇଛନ୍ତି ।

ସେହିପରି ସରକାର ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ରୋଗୀଙ୍କ ପାଇଁ ଅମ୍ଲଜାନର ଅଭାବ ନାହିଁ । କଟକ, ଖୋର୍ଦ୍ଧା ଓ ଗଂଜାମରେ ଯଥେଷ୍ଟ ବେଡ୍ ରହିଛି । ଏହି ୩ଟି ଜିଲ୍ଲାରେ ହଜାରେ ବେଡ୍ ବଢାଯାଇଛି । ସେହିପରି ରାଜ୍ୟର ଅଧିକାଂଶ ଆକ୍ରାନ୍ତ ୪୦ ବର୍ଷରୁ କମ୍ ବୟସ୍କ । ଏବଂ ମାତ୍ର ୭ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୬୦ବର୍ଷରୁ ଅଧିକ । ଏହା ଆମ ପାଇଁ ଭଲ ସୂଚନା ବୋଲି ସରକାର କହିଛନ୍ତି ।

Leave A Reply

Your email address will not be published.