Latest Odisha News

BREAKING NEWS

ରାଜ୍ୟରେ ୫,୮୯୧ କରୋନା ପଜିଟିଭ ଚିହ୍ନଟ: ୮୫୨ ଜଣ ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୫୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୦୬ ଜଣ, ବାଲେଶ୍ୱରରୁ ୨୩୪ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୯୪ ଜଣ, ବଲାଙ୍ଗୀରରୁ ୧୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୯୩, କଟକରୁ ୪୮୨ ଜଣ, ଦେବଗଡ଼ରୁ ୬୧ ଜଣ, ଢେଙ୍କାନାଳରୁ ୧୩୩ ଜଣ, ଗଜପତିରୁ ୯୬, ଗଞ୍ଜାମରୁ ୭୫ ଜଣ, ଜଗତସିଂହପୁରରୁ ୧୦୮ ଜଣ, ଯାଜପୁରରୁ ୨୧୯ ଜଣ, ଝାରସୁଗୁଡ଼ାରୁ ୩୫ ଜଣ, କଳାହାଣ୍ଡିରୁ ୧୮୮ ଜଣ କରୋନା ପଜିଟିଭ ଚିହ୍ନଟ ।

କନ୍ଧମାଳରୁ ୭୩ ଜଣ, କେନ୍ଦ୍ରାପଡ଼ାରୁ ୧୧୪ ଜଣ, କେଉଁଝରରୁ ୧୩୭ ଜଣ, ଖୋର୍ଦ୍ଧାରୁ ୧୫୦୦ ଜଣ, କୋରାପୁଟରୁ ୧୨୮ ଜଣ, ମାଲକାନଗିରିରୁ ୫୨ ଜଣ, ମୟୁରଭଞ୍ଜରୁ ୨୧୮ ଜଣ, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୨୦୫ ଜଣ, ନୂଆପଡ଼ାରୁ ୫୬ ଜଣ, ପୁରୀରୁ ୬୩ ଜଣ, ରାୟଗଡ଼ାରୁ ୧୨୫ ଜଣ, ସମ୍ୱଲପୁରରୁ ୧୫୮ ଜଣ, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୫୦୧ ଜଣ ଓ ଷ୍ଟେଟ ପୁଲରୁ ୨୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed, but trackbacks and pingbacks are open.