ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି ।
ମାସେ ଭିତରେ ୫୯ ହଜାର ପଜିଟିଭ୍
ଗତ ମାସେ ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯ ହଜାର ୧୪୨ ନୂଆ ଆକ୍ରାନ୍ତ । ଅକ୍ଟୋବର ୭ ତାରିଖ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୪୦ ହଜାର ୯୯୮ । ଆଜି ସୁଦ୍ଧା ପଜିଟିଭ୍ କେସ୍ ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି ।
ମାସେ ଭିତରେ ୪୫୨ ମୃତ
ସେହିପରି ମାସେ ଭିତରେ ବଢିଛି ମୃତ୍ୟୁସଂଖ୍ୟା । ଅକ୍ଟୋବର ୭ରୁ ନଭେମ୍ବର ୭ ତାରିଖ ଭିତରେ ଆଉ ୪୫୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅକ୍ଟୋବର ୭ ତାରିଖରେ ରାଜ୍ୟରେ ମୃତ୍ୟୁସଂଖ୍ୟା ଥିଲା ୯୫୮ । ଆଜି ଏହି ସଂଖ୍ୟା ୧୪ ଶହ ୧୦ ଛୁଇଁଛି ।
ମାସେ ଭିତରେ ୭୧ ହଜାର ସୁସ୍ଥ
ମାସେ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ଅକ୍ଟୋବର ୭ ତାରିଖ ସୁଦ୍ଧା କୋରନାରୁ ସୁସ୍ଥ ହୋଇଥିଲେ ୨ ଲକ୍ଷ ୧୩ ହଜାର ୬୭୨ ଆକ୍ରାନ୍ତ । ଆଜି ଏହି ସଂଖ୍ୟା ୨ ଲକ୍ଷ ୮୫ ହଜାର ୧୭୪କୁ ବୃଦ୍ଧି ପାଇଛି । ଅର୍ଥାତ ମାସେ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୭୧ ହଜାର ୫୦୨ ଆକ୍ରାନ୍ତ ।
BREAKING NEWS
- ଶ୍ରମିକଙ୍କ ଉପରେ ଖସିପଡ଼ିଲା ଲୁହା ପ୍ଲେଟ;୨ ମୃତ,୩ ଗୁରୁତର
- ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ୪ଲକ୍ଷ ଅନୁକମ୍ପା ରାଶି
- ଦେଶର ସବୁଠାରୁ ଦୀର୍ଘ ରେଳ ସୁଡ଼ଙ୍ଗ ନିର୍ମାଣ; ୨ଘଣ୍ଟାରେ ଋଷିକେଶରୁ କର୍ଣ୍ଣପ୍ରୟାଗ
- ପ୍ରଜନନ ପାଇଁ ଓଡିଶାରୁ ୪୫୦୦ କିଲୋମିଟର ଯାତ୍ରା କଲା କଇଁଛ
- ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍ସୁରାନ୍ସ ବ୍ୟବସ୍ଥା
- ପୁଅ ଦେଖିଲା ମା’ର ବିବାହ, ସାରା ଦେଶରେ ଚହଳ ପକାଇଲା ବିଜେପି ନେତାଙ୍କ ବିବାହ!
- ବାବୁଙ୍କ ହୋଲି ପାର୍ଟିର ବିଲ୍ ଲକ୍ଷେ ପାର୍, ଅଡ଼ୁଆରେ କଂଗ୍ରେସ ସରକାର!
- ମେ’୧ରୁ ବନ୍ଦ ହେବ ଫାସ୍ଟ୍ୟାଗ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ..
- ଫରଚ୍ୟୁନର ଭଳି ଦୌଉଡିବ ଟିଭିଏସର ଏହି ଗାଡ଼ି…
- ରାଷ୍ଟ୍ରପତିଙ୍କ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟ: ଉପରାଷ୍ଟ୍ରପତିଙ୍କ ନାପସନ୍ଦ, ପ୍ରଶ୍ନ କଲେ କପିଲ ଶିବଲ
Comments are closed.