Latest Odisha News

BREAKING NEWS

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଟ୍ରେଲର । ଏହା ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମର ଲିଡ୍ ରୋଲରେ ଆୟୁଷ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାର ଅଛନ୍ତି ।

ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ‘ବଧାଇ ହୋ’ ସିନେମାରେ ଦମଦାର ଭୂମିକାରେ ନଜର ଆସିଥିବା ଗିରିରାଜ ରାଓ ଓ ନିନା ଗୁପ୍ତା । ଆୟୁଷ୍ମାନ ଅଧିକାଂଶ ସମୟରେ ନିଜ ଅଭିନୟ ଓ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି ।

ଏଥର ମଧ୍ୟ ସେ ଏହି ଫିଲ୍ମ ଜରିଆରେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ଟ୍ରେଲରକୁ ଦେଖିବା ପରେ ଦର୍ଶକେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ହିତେଶ କୈବଲ୍ୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଫେବୃଆରୀ ୨୧ରେ ରିଲିଜ ହେବ ।

 

Leave A Reply

Your email address will not be published.