Latest Odisha News

ଓଡ଼ିଶାରେ ଖସୁଛି: ଆଜି ୧୦ହଜାର ୩୧ କରୋନା ପଜିଟିଭ୍, ଟପରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୧ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୬୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୪୦୮ଟି । ଏହି ସମୟରେ ୪୮ହଜାର ୩୭୭ କୋଭିଡ୍ ଟେଷ୍ଟ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀ ୭୦୮ ଓ ଅନୁଗୋଳରୁ ୪୫୬ ପଜିଟିଭ୍ ବାହାରିଛନ୍ତି । ସେହିପରି ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩ ଓ ଝାରସୁଗୁଡ଼ାରୁ ଚିହ୍ନଟ ହୋଇଛନ୍ତି ୪୧୮ ଆକ୍ରାନ୍ତ । ତିନିଟି ଜିଲ୍ଲା ମାଲକାନଗିରି, ଗଜପତି, କନ୍ଧମାଳକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୫ଲକ୍ଷ ୪୪ହଜାର ୮୭୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୪ଲକ୍ଷ ୪୭ହଜାର ୮୬୩ ଆକ୍ରାନ୍ତ । ଲକ୍ଷେ ମୁହାଁ ହେଲାଣି ଆକ୍ଟିଭ୍ କେସ୍ । ଏବେ ରାଜ୍ୟରେ ୯୪ହଜାର ୭୬୦ଟି କରୋନା ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.