Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୦-୫-୨୦୨୧ ସୋମବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୧୦ ରିଖ ସୋମବାର ମେଷ ୨୭ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ-: ବିରି ଦ୍ରବ୍ୟ
ଆଜି-ଶିବୋପବାସ ଓ ବେଢ଼ା ପରିକ୍ରମା

ମେଷ:
ଆଜି ସ୍ବାସ୍ଥ୍ୟ ଭଲ ରହିବ । ପାରିବାରିକ ମନୋମାଳିନ୍ୟ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । ଅର୍ଥଲାଭର ସୁଯୋଗ ଅଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର-ଶୁଭଫଳ ପାଇବା ପାଇଁ ହନୁମାନଙ୍କ ପାଖରେ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ବୃଷ:
ଆଜି ଆକସ୍ମିକ ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ। ପାରିବାରିକ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ଯବସାୟ ବାଣିଜ୍ୟରେ ଲାଭହେବ। ଛାତ୍ରଛାତ୍ରୀ ପଢାପଢିରେ ଶୁଭଫଳ ଲାଭ କରିବେ ।

ପ୍ରତିକାର-ଶୁଭଫଳ ପାଇବା ପାଇଁ କୈାଣସି ଅସହାୟ କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ:
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ସମସ୍ଯା ଦେଖାଦେଇପାରେ ଯାହା ଫଳରେ ସାମାନ୍ୟ ଚିନ୍ତିତ ରହିବେ । ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ମାତ୍ର ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଛାତ୍ରୀ ପଢାପଢିରେ ମନୋନିବେଶ କରିବେ ।

ପ୍ରତିକାର-ଶୁଭଫଳ ପାଇବା ପାଇଁ ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

କର୍କଟ:
ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖମୟ ହେବ । ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ନିଜର ଲୋକ କେହି ଜଣେ ଶତୃତା କରିପାରେ ଜଗିରଖି ଚଳନ୍ତୁ। ଋତୁକାଳୀନ ଥଣ୍ଡା ଶର୍ଦ୍ଦି ଜନିତ ସାମାନ୍ୟ ଜ୍ବରପୀଡାର ଆଶଙ୍କା ଏଡାଇ ଦିଆଯାଇ ନ ପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଅର୍ଥଲାଭ ହେବ ।

ପ୍ରତିକାର-ଶୁଭଫଳ ପାଇଁ ଗାୟତ୍ରୀ ମନ୍ତ୍ରକୁ ୨୭ଥର ପାଠ କରନ୍ତୁ।

ସିଂହ:
ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ। ଯାହାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ବକେୟା ଅର୍ଥ ବିଳମ୍ବ ହେଲେ ମଧ୍ୟ ହସ୍ତଗତ ହେବ । କର୍ମକ୍ଷେତ୍ରରେ ସହଯୋଗ ମିଳିବ । ବ୍ଯବସାୟରେ ଲାଭହେବ । ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର-ତୁଳସୀ ମୂଳରେ ପାଣି ଢାଳନ୍ତୁ, ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।

କନ୍ଯା:
ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ପୂର୍ବରୁ ଲାଗି ରହିଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ଆକସ୍ମିକ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର-ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ତୁଳା:
ଆଜି ଆକସ୍ମିକ ଭାବରେ ଖର୍ଚ୍ଚର ପରିମାଣ ବଢିଯାଇପାରେ‌ ‌ସ୍ବାସ୍ଥ୍ୟହାନୀର ଆଶଙ୍କା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଯାହା ଫଳରେ ଧାର କରଜ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ।‌। ବ୍ଯବସାୟରେ ଶୁଭାଶୁଭ ମିଶ୍ରିତ ଫଳ ମିଳିବ।

ପ୍ରତିକାର-ଓଁ ନମଃ ଶିବାୟ ମନ୍ତ୍ରରେ ୫ ଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ।

 

ବିଛା:
ଆଜି କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ । ଶାରୀରିକ ପୀଡ଼ା ଦେଖାଦେଇପାରେ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପାରିବାରିକ
ଜୀବନ ସୁଖପ୍ରଦ ହେବ ‌।

ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ଧନୁ :
ଜଗିରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ, ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ସ୍ବାସ୍ଥ୍ୟହାନୀର ଆଶଙ୍କା ରହିବ । ପାରିବାରିକ ମନୋମାଳିନ ଦେଖାଦେଇପାରେ। ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ। ଛାତ୍ରଛାତ୍ରୀ ପଢାପଢିରେ ଶୁଭଫଳ ଲାଭ କରିବେ ।

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ମକର :
ଆଜି ଆକସ୍ମିକ ଭାବେ ଧନ ଲାଭ କରିବେ।ଦେହ ମନ ସୁସ୍ଥ ରହିବ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ। ମହିଳାମାନେ ଆଜି ଜଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ। ବ୍ଯବସାୟରେ ମିଶ୍ରିତ ଫଳଭୋଗ ହେବ । ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର-ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ।

କୁମ୍ଭ :
ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ ।‌ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ । ତେବେ ଉପସ୍ଥିତ ବୁଦ୍ଧି ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାରଣରୁ କାର୍ଯ୍ୟ ହାସଲ କରିବେ । ଛାତ୍ରଛାତ୍ରୀ ପଢାପଢିରେ ମଧ୍ଯମ ଫଳଭୋଗ କରିବେ ।

ପ୍ରତିକାର-ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ ଓ ସାତଟି କଳାମିଠା ଭୋଗ କରନ୍ତୁ।

ମୀନ:
ଆଜି ଆକସ୍ମିକ ଭାବରେ ବକେୟା ଦରମା ହସ୍ତଗତ ହେବ । ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ ।ଗୁପ୍ତଶତ୍ରୁଙ୍କ କାରଣରୁ କାର୍ଯ୍ୟ ବିଳମ୍ବିତ ହେବ । ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ଆୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

-ଜ୍ୟୋତିଷ ବାଣୀ-
ବ୍ଯବସାୟ ବାଣିଜ୍ୟରେ ଅଧିକ ଲାଭବାନ ହେବା ପାଇଁ ସରଳ ପ୍ରତିକାର।
ପ୍ରତ୍ୟେକ ଦିନ ସକାଳେ କିମ୍ବା ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ। ପ୍ରତ୍ୟେକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଏକ ଅଷ୍ଟ ଦଳ ପଦ୍ମ ଫୁଲ ଚଢାନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.