Latest Odisha News

ରାଜ୍ୟରୁ ୨୪ ଘଣ୍ଟାରେ ୧୦,୩୨୧ ପଜିଟିଭ୍, ଖୋର୍ଦ୍ଧାରେ ପୁଣି ହଜାରେ ପାର୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୨୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୫୪୨ । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୫ଶହ ୬୬ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୯୦୯ । ଅର୍ଥାତ ଦିନକରେ ୬୫୭ଟି ନୂଆ କେସ୍ ବାହାରିଛି ।

କଟକରୁ ୯୭୩, ସୁନ୍ଦରଗଡ଼ରୁ ୮୩୨, ଅନୁଗୋଳରୁ ୬୦୬, ବଲାଙ୍ଗିରରୁ ୫୦୭, ନୂଆପଡ଼ାରୁ ୫୦୨, ସମ୍ୱଲପୁରରୁ ବାହାରିଛନ୍ତି ଆଉ ୪୯୪ ନୂଆ ଆକ୍ରାନ୍ତ । ମୟୂରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ବରଗଡ଼ରୁ ୪୦୪, ଝାରସୁଗୁଡ଼ାରୁ ୩୮୮, ନବରଙ୍ଗପୁର ୩୮୬, ବାଲେଶ୍ୱରରୁ ୩୫୪ ଓ ପୁରୀରୁ ୩୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେବଳ କନ୍ଧମାଳ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ରହିଛି । ବାକି ସବୁ ଜିଲ୍ଲାରୁ ତିନି ଅଙ୍କ ଉପରେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ଲକ୍ଷ ୧୪ହଜାର ୫୩୨ ସଂକ୍ରମିତ । ଏବେ ରାଜ୍ୟରେ ୧ଲକ୍ଷ ୬ହଜାର ୬୧ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.