Latest Odisha News

BREAKING NEWS

କବିତା : ଚା

ଗଦାଧର ସାହୁ 

ବହୁ ଦିନପରେ ଆଜି
ବୋଉ ଚା ତିଆରି କରିଛି
ତା ପୁଅ ପାଇଁ ।

ଫୁଙ୍କି ଫୁଙ୍କି
ପିଉ ପିଉ
ତା ମନରେ ଉଙ୍କି ମାରୁଛି
ପଚାଷ ବର୍ଷ ତଳର
ଅମାନିଆଁ ପିଲା ଦିନ କଥା ।

ଦି ଢୋକ ପିଇଦେଇ
ବୋଉ ପାଖେ ଅଳି କରୁଛି
ଏ ଧଳା ଚା ଚଳିବନି
ଆଉ ଥରେ ଚା କରିଦେ
ଦୁର୍ଦ୍ଦିନ ସମୟରେ
ସେ ପିଆଇଥିବା
ତା ଜୀବନର
ସେଇ ପ୍ରଥମ ନାଲି ଚା ।

ଯାହା ଭିତର ଦେଇ
ସଫା ସଫା ଦେଖାଯାଉଥିବ
ଚା କପର ତଳ ,
ସତେ ଯେମିତି
ଅହଂକାର ଶୂନ୍ୟ
ସ୍ପଟିକ୍ ପ୍ରାୟ
ମା, ପୁଅର ସୁଖ ଦୁଃଖ
ସ୍ନେହ ପ୍ରେମ, ଭଲ ପାଇବା
ଆଉ ମମତାର ନିବିଡ ବନ୍ଧନ ।

Leave A Reply

Your email address will not be published.