Latest Odisha News

ରାଜ୍ୟରେ ୧୧ଶହକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ କିଛି ଦିନ ହେବ ପ୍ରତିଦିନ ପାଖାପାଖି ୧୫ ଶହ ସଂକ୍ରମିତ ଚିହ୍ନଟ ହେଉଥିଲେ । ଆଜି ଏହି ସଂଖ୍ୟା ୧୧ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୪୮ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୭୯ । ୧୮ ବର୍ଷ ଭିତରେ ଆଉ ୨୪୪ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩ ସଂକ୍ରମିତ ବାହାରିଛନ୍ତି । ସୁନ୍ଦରଗଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୨୭ । ବାକି ୨୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୩ଟି ଜିଲ୍ଲା ବଲାଙ୍ଗିର, ମାଲକାନଗିରି ଓ ସୋନପୁରରେ ଦୁଇ ଅଙ୍କ ତଳେ ରହିଛି ଦୈନିକ ସଂକ୍ରମଣ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୭ହଜାର ୨୬୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୫୫ହଜାର ୯୯୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧୨ହଜାର ୩୩୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ପଜିଟିଭିଟି ଗ୍ରୀନ୍ ଜୋନରେ ଅଛି ଓଡ଼ିଶା । ସେହିପରି ଆକ୍ଟିଭ୍ କେସ୍ ୟେଲୋ ଜୋନରେ ଅଛି ଖୋର୍ଦ୍ଧା ଜିଲ୍ଲା ।

Comments are closed, but trackbacks and pingbacks are open.