ଭୁବନେଶ୍ୱର: ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୋଳ ଓ ବାଲେଶ୍ୱର । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ସାମାନ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକ, ଅନୁଗୋଳରେ ବହୁତ ବଢ଼ିଛି ।
Covid-19 Report For 19th May
New Positive Cases: 11498
In quarantine: 6439
Local contacts: 5059(Details of local contacts will be shared by concerned Dist Administration)
District Wise Cases:
1. Angul: 867
2. Balasore: 524
3. Bargarh: 395
4. Bhadrak: 134
5. Balangir: 294— I & PR Department, Odisha (@IPR_Odisha) May 20, 2021
ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୪୯୭ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୪୬୦ । ଆଜି କଟକରୁ ୧୧୦୭ ନୂଆ ସଂକ୍ରମିତ ହୋଇଥିବା ବେଳେ ଗତକାଲି ବାହାରିଥିଲା ୮୬୭ ପଜିଟିଭ୍ । ସେହିପରି ଅନୁଗୋଳରୁ ୮୬୭ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୫୨ । ବାଲେଶ୍ୱରରୁ ଗତକାଲି ୪୦୮ ଆକ୍ରାନ୍ତ ସଂକ୍ରମିତ ହୋଇଥିଲେ । ଆଜି ସଂଖ୍ୟା ୫୨୪ ଛୁଇଁଛି ।
21. Malkangiri: 110
22. Mayurbhanj: 538
23. Nawarangpur: 346
24. Nayagarh: 382
25. Nuapada: 152
26. Puri: 424
27. Rayagada: 233
28. Sambalpur: 393
29. Sonepur: 227
30. Sundargarh: 703
31. State Pool: 261— I & PR Department, Odisha (@IPR_Odisha) May 20, 2021
ସୁନ୍ଦରଗଡ଼ରେ କମିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୦୩ ପଜିଟିଭ୍ କେସ୍ ସାମନାକୁ ଆସିଥି । ଗତକାଲି ଏହି ସଂଖ୍ୟା ଥିଲା ୯୮୩ । ମୟୂରଭଞ୍ଜ ଜିଲ୍ଲାରୁ ଆଉ ୫୩୮ ସଂକ୍ରମିତ ହୋଇଛନ୍ତି । କେବଳ ଗଜପତି ଜିଲ୍ଲାପୁ ସର୍ବନିମ୍ ୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।
New recoveries: 10036
Cumulative tested: 11118984
Positive: 655899
Recovered: 546631
Active cases: 106812— I & PR Department, Odisha (@IPR_Odisha) May 20, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୫ଲକ୍ଷ ୪୬ହଜାର ୬୩୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୬ହଜାର ୮୧୨ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଅଧି ଟେଷ୍ଟ ହେଉଥିବାରୁ ଏବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗକୁ ଦୈନିକ ୭୦ହଜାର କୋଭିଡ୍ ଟେଷ୍ଟ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।
Comments are closed.