Latest Odisha News

BREAKING NEWS

ମୟୂରଭଞ୍ଜ ଓ ସମ୍ୱଲପୁରରେ ବଢୁଛି କରୋନା ଡେଥ୍ କେସ୍, ଆଜି ରାଜ୍ୟରୁ ୧୩ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ କମୁଛି । କିନ୍ତୁ କମୁନି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ଆଉ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଓ ସମ୍ୱଲପୁର ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲାରୁ କରୋନା ନେଇଛି ଆଉ ୩ ଜୀବନ । ସୁନ୍ଦରଗଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦୁଇ ଜଣ ସଂକ୍ରମିତ ।

ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଜଣେ ଭୁବନେଶ୍ୱରରୁ ଅଛନ୍ତି । ସେହିପରି କେନ୍ଦୁଝର, ବରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୪ ସହ ୫୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.