Latest Odisha News

BREAKING NEWS

ହାରୁଛି କରୋନା, ଜିତୁଛି ଓଡ଼ିଶା: ହଜାରେ ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ସହ ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ରାଜ୍ୟରେ ହଜାରେ ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୫୭୨ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୫ଟି । ତିନି ମାସ ୨୦ ଦିନ ପରେ ରାଜ୍ୟରେ ହଜାରେରୁ କମ୍ ଦୈନିକ ପଜିଟିଭ୍ କେସ୍ ସାମନାକୁ ଆସିଛି ।

ଖୋର୍ଦ୍ଧା ଜିଲ୍ଲାରେ କମୁଛି କେସ୍ । ଗତ ୨୪ ଘଣ୍ଟାରେ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦୭ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୮୬ । ସେହିପରି ଅନୁଗୋଳ ଜିଲ୍ଲାରୁ ୮୬, କଟକରୁ ୮୫ ଜଣ ପଜିଟିଭ୍ ବାହାରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରୁ ଆଉ ୮୪ ଜଣ ସଂକ୍ରମିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୬୦ ଜଣ ଆକ୍ରାନ୍ତଙ୍କ ରିପୋର୍ଟ ଆସିଛି ପଜିଟିଭ୍ । ବାକି ସମସ୍ତ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦କୁ ବୃଦ୍ଧି ପାଇଛି । ସୁସ୍ତ ହେଲେଣି ୨ ଲକ୍ଷ ୮୯ ହଜାର ୬୮୯ ଆକ୍ରାନ୍ତ । ରାଜ୍ୟରେ ଏବେ ୧୨ ହଜାର ୫୮୪ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.