Latest Odisha News

BREAKING NEWS

ରାଜ୍ୟରେ ତଳମୁହାଁ କରୋନା, ୨୩ ଜିଲ୍ଲାରୁ ୧୩୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ୧୫୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬ଟି କ୍ୱାରେଣ୍ଟାଇନ୍ ମାମଲା ହୋଇଥିବା ବେଳେ ୫୪ଟି ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ଟି ଜିଲ୍ଲାରେ କେହି ନୂତନ ସଂକ୍ରମିତ ନାହାଁନ୍ତି ।

ଅନୁଗୁଳର ୧୨ ଜଣ, ବାଲେଶ୍ୱରରୁ ୧୦ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ଜଣେ, କଟକରୁ ୭ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୬ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୫ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ ଏବଂ ଷ୍ଟେଟ ପୁଲରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୧୫୦ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୩୬ଟି ସକ୍ରିୟ ମାମଲା ରହିଛି । ୩ ଲକ୍ଷ ୩୦ ହଜାର ୭୫୭ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ।

 

Leave A Reply

Your email address will not be published.