Latest Odisha News

BREAKING NEWS

ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳୁ ସକାଳୁ ସେ ପୁରୀରେ ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ । ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କରୋନା କାଳରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ବାବଦରେ ଜିଲ୍ଲାପାଳ ଓ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ସେବୟତଙ୍କ ସହ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ନବ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବସୁଛି । ଶ୍ରୀମନ୍ଦିର ପରିଚଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବାରୁ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.