Latest Odisha News

BREAKING NEWS

ଓଡ଼ିଶାରେ ୧୫ଶହ ତଳକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୧.୯୨%

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଦୈନିତ ସଂକ୍ରମିତଙ୍କ ସଂଖ୍ୟା ୧୫ ଶହ ତଳକୁ ହ୍ରାସ ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪ଶହ ୩୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୮୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୦୫ । ଏହି ସମୟରେ ମୋଟ୍ ୭୪ହଜାର ୭୩୫ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ୧.୯୨ ପ୍ରତିଶତ ରହିଛି ପଜିଟିଭ୍ ହାର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୧୪୬ ସଂକ୍ରମିତ ବାହାରିଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ରହିଛି ୧୯୦ । ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ଅଛି । ଏଥିରୁ ୧୦ ଜିଲ୍ଲାରେ ୧୦ ଭିତରେ ଅଛି ନୂଆ ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୭୮ହଜାର ୭୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୫୬ହଜାର ୮୨୮ ଆକ୍ରାନ୍ତ । ଏବେ ରାଜ୍ୟରେ ୧୫ହଜାର ୯୫୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.