Latest Odisha News

BREAKING NEWS

କାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍ । ମୋଟ୍ ୨୫ଟି ରୁଟରେ ୧୯୪ଟି ମୋ ବସ୍ ଚଳାଚଳ ଆରମ୍ଭ କରିବ । ଏହି ସୂଚନା ଦେଇଛି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ । କରୋନା କଟକଣା ଯୋଗୁଁ ଏବେ ୧୭ ରୁଟ୍‌ରେ ୮୭ଟି ମୋ ବସ୍‌ ଚାଲୁଛି । ଆଜିଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମସ୍ତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି ।

କାଲିଠୁ ସୋମବାରରୁ ଶୁକ୍ରବାର ୭ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ବିଭିନ୍ନ ରୁଟରେ ଗଡ଼ିବ ମୋ ବସ୍ । ଶନିବାର ଓ ରବିବାରରେ ପୂର୍ବଭଳି ସଟଲ୍‌ ସେବା ଅର୍ଥାତ୍ ରେଳ ଷ୍ଟେସନ ଓ ଏୟାରପୋର୍ଟରୁ କଟକ ଓ ଖୋର୍ଦ୍ଧା ଯାଏ ସୀମିତ ବସ୍‌ ଉପଲବ୍ଧ ହେବ । କେବଳ ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ପରିବହନ କରାଯିବ । କେହି ଠିଆ ହୋଇ ଯିବେ ନାହିଁ । ମାସ୍କ ନ ପିନ୍ଧିଥିଲେ ବସରେ ପ୍ରବେଶ ଅନୁମତି ମିଳିବ ନାହିଁ ।

ମୋ ବସରେ କାମ କରୁଥିବା ସମସ୍ତ କର୍ମଚାରୀ ଦୁଇଟି ଡୋଜ୍‌ ଟିକା ନେଇ ସାରିଛନ୍ତି । ନିୟମିତ ମୋ ବସ୍‌କୁ ସାନିଟାଇଜ୍‌ କରାଯିବ । ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀକୁ ‘ମୋ ବସ୍‌’ ଚଳାଚଳ କରୁଛି । ସେହିପରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କ ଓ ପିପିଲିକୁ ବି ଚାଲୁଛି ମୋ ବସ୍ ।

Leave A Reply

Your email address will not be published.