Latest Odisha News

BREAKING NEWS

ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର, ଅର୍ଥ ସହାୟତା ଲୋଡ଼ିଲେ ପରିବାର ଲୋକ

ଭୁବନେଶ୍ୱର: ରାଜ୍ୟରୁ ଆଉ ଜଣେ କରୋନା ସଂକ୍ରମିତଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଆଦିତ୍ୟ କୁମାର ପାତ୍ରଙ୍କୁ ସ୍ପର୍ଶ ହସ୍ପିଟାଲରୁ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଦିତ୍ୟ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଓଡ଼ିଶା ଷ୍ଟେଟ ସିଡ୍ସ ଆଣ୍ଡ ଅର୍ଗାନିକ ପ୍ରଡକ୍ଟସ ସାର୍ଟିଫିକେସନ ଏଜେନ୍ସୀ (ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା)ରେ ସିଡ୍ସ ସାର୍ଟିଫିକେସନ ଅଫିସର ଭାବେ କାର୍ୟ୍ୟରତ ଅଛନ୍ତି ।

ଜୁଲାଇ ୭ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ ଆଦିତ୍ୟ ପାତ୍ର । ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ୍ ଆଇସୋଲେସନରେ ଥିଲେ । ଧିରେ ଧିରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଜୁଲାଇ୧୫ ତାରିଖରେ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା । ଡାକ୍ତର ଏକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଗତକାଲି ଚେନ୍ନାଇରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଦିତ୍ୟ ପାତ୍ରଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ପଠାଯାଇଛି ।

ଆଦିତ୍ୟଙ୍କ ଏହି ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ଫଣ୍ଡ ରେଜିଂ କରାଯାଇଛି । ଆପଣମାନଙ୍କର ସାହାଯ୍ୟ ଆଦିତ୍ୟଙ୍କୁ ଦେଇପାରିବ ନୂଆ ଜୀବନ । ବନାଦ୍ୟ ଓ ସହୃଦୟ ବ୍ୟକ୍ତି ଅର୍ଥ ସାହାଯ୍ୟ କରିବାକୁ ଆଦିତ୍ୟଙ୍କ ପରିବାରବର୍ଗ ନବେଦନ କରିଛନ୍ତି । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ୭୯୭୮୩୫୦୬୨୯ ମୋବାଇଲ୍ ନମ୍ବର ଯୋଗେ ସନ୍ତୋଷ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.