Latest Odisha News

BREAKING NEWS

ଓଡ଼ିଶାରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୧୭ ମୃତକଙ୍କ ଭିତରେ ଅଛନ୍ତି ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଆକ୍ରାନ୍ତ ।

ପ୍ରତିଦିନ ପଶ୍ଚିମ ଓଡ଼ିଶାରେ କରୋନା ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ସମ୍ୱଲପୁର ଜିଲ୍ଲାରୁ ମହାମାରୀରେ ଆଖି ବୁଜିଛନ୍ତି ଆଉ ୩ ଜଣ । ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ୱରରେ ବି କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ଆଉ ୩ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ବ୍ୟତୀତ ବଲାଙ୍ଗିର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା ।

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୬୫୭କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୫୨% । ନଭେମ୍ବରରେ ରାଜ୍ୟରେ ମୃତ୍ୟୁହାର ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.