Latest Odisha News

BREAKING NEWS

ଗପ : ଅଜିଵ୍ ଦୁନିଆର ଅଜବ ପରିଣାମ

ଦେବାଶିଷ ଆଚାର୍ଯ୍ୟ     

ମାମା , ଏକ ସମ୍ଭ୍ରାନ୍ତ ଘର ଶତପଥୀ ବାବୁ ଙ୍କ ଝିଅ । ଦେଖିବାକୁ ଗୋଟିଏ ଚାଉଳରେ ଗଢା l ସୁନ୍ଦରତା ରେ ଗୋଡ଼ଠୁ ମୁଣ୍ଡ ଯାଏଁ କେହି ଟିକିଏ ମଧ୍ୟ ଖୁଣି ପାରିବେ ନାହିଁ । ସଭ୍ୟତା ସମ୍ପନ୍ନ ଘରେ ବଢିଥିବାରୁ ନିୟମ କାନୁନ ଭିତରେ ଚାଲିବାକୁ ପଡ଼େ । ଶତପଥୀ ବାବୁ ଙ୍କ ଇଚ୍ଛା ଝିଅ ପାଠ ପଢି ସମାଜରେ ଉଚ୍ଚ ଶିକ୍ଷିତାରୂପେ ଗଣତି ହେଉ । କିନ୍ତୁ ମାମା ର ମଡେଲିଂ ପ୍ରତି ପ୍ରବଳ ଦୁର୍ବଳତା ଥିଲା । କିନ୍ତୁ ଘରେ ତାକୁ ଏହି କାମ ପାଇଁ ଟିକିଏ ମଧ୍ୟ ପ୍ରଶ୍ରୟ ଦେଉ  ନଥିଲେ।

ପ୍ରେମ ଥିଲା , ପାତ୍ର ବାବୁ ଙ୍କ ପୁଅ । ପାତ୍ର ବାବୁ ଯିଏ ଥିଲେ ଜଣେ ସୁନାମଧନ୍ୟ ବ୍ୟବସାୟୀ , କିନ୍ତୁ ସେ ଥିଲେ ସ୍ଵାଭିମାନୀ । ଏମିତିକି ଯଦି ତାଙ୍କ ସ୍ୱାଭିମାନ ରେ ଟିକିଏ ବି ଆଞ୍ଚ ଆସେ ତ ସେ କ୍ଷତି ହେଲେ ମଧ୍ୟ ବ୍ୟବସାୟ କରନ୍ତି ନାହିଁ । ତାଙ୍କର ସଚ୍ଚୋଟତା ପାଇଁ ସେ ସମସ୍ତଙ୍କ ଆଗରେ ମାନ୍ୟଗଣ୍ୟ । ପାତ୍ର ବାବୁଙ୍କ ଇଚ୍ଛା ତାଙ୍କ ପୁଅ ପାଠ ପଢି ତାଙ୍କ ବ୍ୟବସାୟ କୁ ଆଗକୁ ନେବାକୁ । କିନ୍ତୁ ପ୍ରେମ ର ଦୁର୍ବଳତା ସଙ୍ଗୀତ ।ସେ ସେଥିରେ ନିଜର କ୍ୟାରିଅର କରିବାକୁ ଚାହୁଁଥିଲା । ଘରେ କିନ୍ତୁ ସବୁବେଳେ କହୁଥିଲେ ଏଥିରେ ଦୃଷ୍ଟି ନ ଦେଇ ବ୍ୟବସାୟ ରେ ମନ ନିବେଶ କରିବାକୁ ।

ମାମା ଓ ପ୍ରେମ ଗୋଟିଏ କଲେଜ ରେ ପଢିଥିଲେ ,କିନ୍ତୁ ଉଭୟ ପରସ୍ପର ପ୍ରତି ଥିଲେ ଅଜଣା। କଲେଜ ର ବାର୍ଷିକ ଉତ୍ସବ ରେ ମାମା ନୃତ୍ୟ ପରିବେଷଣ କରି ଥିବା ବେଳେ ପ୍ରେମ ତାର ସୁମଧୁର ସଙ୍ଗୀତରେ ସମସ୍ତଙ୍କ ମନ ମୋହି ନେଇଥିଲା ।

ଏଠୁ ହୋଇଥିଲା ଉଭୟଙ୍କ ଭିତରେ ଚିହ୍ନା ପରିଚୟ । ଉଭୟଙ୍କ କଳା ପ୍ରତି ରୁଚି ହିଁ ସେମାନଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ରଖିଥିଲା। କିନ୍ତୁ ଭିନ୍ନ ଜାତି ଓ ସର୍ବୋପରି ସେମାନଙ୍କ ପରିବାର ସେମାନଙ୍କ ସଂପର୍କରେ ବାଧା ହୋଇଥିଲେ ।କିନ୍ତୁ କଳା ପ୍ରତି ଥିବା ରୁଚି ସେମାନଙ୍କୁ ଆହୁରି ନିକଟତର କରିଦେଲା , କଳାରେ ନିଜ ଭବିଷ୍ୟତ ପାଇଁ ସେମାନେ ଲୁଚି ମୁମ୍ବାଇ ପଳେଇଲେ ଓ ସେଠି ପରସ୍ପରକୁ ବିବାହ କରି ରହିଲେ ।

ଘରୁ ନେଇଥିବା ଟଙ୍କା ସାହାଯ୍ୟରେ କଷ୍ଟେ ମଷ୍ଟେ ୬ମାସ ଚଳି ଗଲେ ଉଭୟ , ତା ପରେ ଚଳିବା କଷ୍ଟକର ହୋଇ ପଡ଼ିଲା । କିନ୍ତୁ ଭଗବାନ ଙ୍କ ବରାଦ ଥିଲା ଆଉ କିଛି । ସେହି ସମୟରେ ସେଠାରେ ହେଉଥିବା ଏକ reality show ଭାଗ ନେଇ ବିଜେତା ହେଲା ପ୍ରେମ ଓ ସେଠୁ ହିଁ ସେ ଦୁହିଁଙ୍କ ଭାଗ୍ୟରେ ଆସିଲା ପରିବର୍ତ୍ତନ ।

ଧିରେ ଧିରେ ପ୍ରେମ ସଙ୍ଗୀତ ଦୁନିଆରେ ବେଶ୍ ନା କମେଇ ପାରିଲା ଓ ନିର୍ଦ୍ଦେଶକ ଙ୍କ ସହ କଥା ବାର୍ତ୍ତା କରି ମାମାକୁ ବି ରଙ୍ଗୀନ୍ ଦୁନିଆ ର ସ୍ଵାଦ ଚଖେଇ ପାରିଲା । ଉଭୟ ଖୁବ୍ ନା ଓ ପଇସା କମେଇ ପାରିଲେ ।

କିନ୍ତୁ ଏହା ଭିତରେ ସେମାନେ ଆଉ ଏକ ଖୁସି ଖବର ପାଇଲେ , ସେଇଟା ହେଲା ମାମା ଥିଲା ଗର୍ଭବତୀ । କିନ୍ତୁ ସୌନ୍ଦର୍ଯ୍ୟରେ ହାନି ଘଟିବ ବୋଲି ନଷ୍ଟ କରିବ ବୋଲି ଭାବିଥିଲେ ମାମା , କିନ୍ତୁ ପରସ୍ପର ସହମତିରେ ଏକ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଲା ମାମା ।

କିନ୍ତୁ ମା କ୍ଷୀର ଦେବାକୁ ସଫା ସଫା ମାମା ମନା କରିଦେଲା , କାରଣ ଥିଲା ସୌନ୍ଦର୍ଯ୍ୟର ଗର୍ବ । ସେଥିପାଇଁ ପୁଅର ଯତ୍ନ ନେବା କୁ ସେ ଏକ ଧାଈ ଆଣି ରଖିଲେ । ଧାଈ ହୋଇଗଲା ପୁଅ ଶାଶ୍ଵତ ପାଇଁ ସବୁ କିଛି । ମା କ୍ଷୀର ବଦଳରେ ବୋତଲ କ୍ଷୀର ପିଇଲା , ଧାଈ ର ତତ୍ତ୍ଵାବଧାନରେ ସେ ବଡ଼ ହୋଇଗଲା । ପିଲା ଦିନୁ ସେ ବହୁତ୍ କମ୍ ସମୟ ତା ବାପା ମା ଙ୍କୁ ଦେଖିଚି , କାରଣ ସେମାନେ ଆସିବା ସମୟ ରେ ଶାଶ୍ଵତ ଶୋଇ ପଡିଥାଏ , ସକାଳୁ ଉଠି ବିଦ୍ୟାଳୟ ଯିବା ବେଳକୁ ସେମାନେ ଶୋଇଥାନ୍ତି। ତାକୁ ଲାଗେ ସତରେ ଯେମିତି ତା ପାଇଁ ବାପା ମା ଙ୍କ କର୍ତ୍ତବ୍ୟ କିଛି ନାହିଁ ।

ବଡ଼ ହେବା ପରେ ଶାଶ୍ଵତ ପାଇଁ ସବୁ କିଛି ଥିଲା ସେହି ଧାଈ ଓ ତାର ମୋବାଇଲ ଫୋନ । ସମୟାନୁସାରେ ସେ ତାର ସବୁ ସମୟ ସେହି ଫୋନ ରେ ହିଁ କଟେଇଥାଏ । ତା ପାଇଁ ଫୋନ ହୋଇ ଯାଏ ସର୍ବସ୍ବ ।

ସେ ଚାଲି ଯାଏ ଏକ ଅଜିବ ଦୁନିଆ କୁ । ଫୋନ ହୋଇଯାଏ ତାର ନିଶା । ସୋସିଆଲ ମିଡିଆ ଓ ଅନଲାଇନ ଖେଳରେ ସେ ସମ୍ପୂର୍ଣ୍ଣ ଦିନ ଶେଷ କରିଦିଏ । ଏହି ଦୁନିଆ ଯେ ଦିନେ ଏତେ ଯେ ପ୍ରଳୟଙ୍କରୀ ହେବ ସେ ବିଷୟରେ ଥିଲେ ସମସ୍ତେ ଅଜ୍ଞ ।

ବାପା ମା ଟଙ୍କା ରୋଜଗାର ର ନିଶା ଓ ପୁଅ କୁ ଫୋନ ର ନିଶା । ପୁଅର ବ୍ୟବହାର ଦିନକୁ ଦିନ ପରିବର୍ତ୍ତନ ହେବାକୁ ଲାଗିଲା । ସେ ବନିଗଲା ସମ୍ପୂର୍ଣ୍ଣ ଶାନ୍ତ , କାହା ସହ ମଧ୍ୟ ଟିକିଏ କଥା ହେବାକୁ ସେ ପସନ୍ଦ କଲା ନାହିଁ । ଏହି କଥା ଧାଈ କହିବାରୁ ପ୍ରେମ କହିଲା , “ନେ ତାକୁ କିଛି ପଇସା ଦେଇ ଦବୁ ସେ ଖୁସି ହୋଇଯିବ “।

କିନ୍ତୁ ସବୁ ଦିନ ଏମିତି ଅଭିଯୋଗ କରିବାରୁ ମାମା ଓ ପ୍ରେମ ଧାଈ ଉପରେ ରାଗିଲେ ଓ କହିଲେ ” ତତେ ଏତେ ପଇସା ଦିଆ ହଉଚି ତୁ ଏତିକି କାମ କରି ପାରୁନୁ ।”

୨/୪ ଦିନ ଛୁଟି ଥିବାରୁ ଓ ତତ୍ ସହିତ ପୁଅ ଶାଶ୍ଵତର ଜନ୍ମଦିନ ଥିବାରୁ  surprise ଦେବା ପାଇଁ କେକ ଓ ଗୋଟେ ଲାପଟପ୍ କିଣି ଗିଫ୍ଟ୍ ଦେବାକୁ ଘରକୁ ଆସିଲେ ପ୍ରେମ ଓ ମାମା ।

କିନ୍ତୁ  ଘରର ପରିସ୍ଥିତି ଥିଲା ଭିନ୍ନ । ଆସିବା ସମୟରେ ଘରେ ତାଲା ଓ ଫୋନ କରିବାରୁ ଧାଈ ଉତ୍ତର ଦେଲା ସେ ଓ ପୁଅ ଡାକ୍ତରଖାନାରେ । ସଙ୍ଗେ ସଙ୍ଗେ ମାମା ଓ ପ୍ରେମ ଦୌଡିଲେ ଡାକ୍ତରଖାନା ।

ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ଡାକ୍ତର କହିଲେ ” ଶାଶ୍ଵତ ଏବେ ସଂପୂର୍ଣ୍ଣ ମାନସିକ ବିକୃତ । ଏକୁଟିଆ ରହିବା ଓ ମାତ୍ରାଧିକ ସମୟ ଫୋନ ଏହାର କାରଣ । ସେ normal ହେବା ବହୁତ୍ କଷ୍ଟ । ଆମେ ଆମ କାମ କରୁଚୁ ବାକି ଭଗବାନଙ୍କ ଇଚ୍ଛା ।”

ପ୍ରେମ ଓ ମାମା ନା କାହାକୁ କିଛି କହି ପାରୁନଥାନ୍ତି  । କେବଳ କାନ୍ଦିବା ହିଁ ଏକ ମାତ୍ର କଥା । ନା ତାଙ୍କ ଘରେ କହିବେ ନା କାହାକୁ କହିବେ ଏବେ ସେହି ଭଗବାନ ହିଁ ଭରସା କହି ଉଭୟ କାନ୍ଦୁଥାନ୍ତି ।…..

ସତରେ ଟଙ୍କା ରୋଜଗାର ର ଲୋଭର କି ପରିଣାମ….

Leave A Reply

Your email address will not be published.