ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କେବେ ଦୁଇ ହଜାର ପାର କରୁଛି ତ କେବେ ତଳକୁ ଖସୁଛି । କେଉଁଦିନ ଖୋର୍ଦ୍ଧାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେବେ କଟକରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏବେ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାକେ ଚିହ୍ନଟ ହୋଇଛନ୍ତି ୧୯ଶହ ୨୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୨ ।
Covid-19 Report For 20th July
New Positive Cases: 1927
In Quarantine: 1115
Local Contacts: 812(Details of local contacts will be shared by concerned Dist Administration)
District Wise Cases:
1. Angul: 55
2. Balasore: 111
3. Bargarh: 27
4. Bhadrak: 19
5. Balangir: 11— I & PR Department, Odisha (@IPR_Odisha) July 21, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ୱରରୁ ୧୧୧ ଓ ପୁରୀରୁ ବାହାରିଛନ୍ତି ୧୦୩ ପଜିଟିଭ୍ । ୨୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ସେଥିରୁ ୮ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।
22. Mayurbhanj: 90
23. Nawarangpur: 15
24. Nayagarh: 64
25. Nuapada: 5
26. Puri: 103
27. Rayagada: 22
28. Sambalpur: 33
29. Sonepur: 8
30. Sundargarh: 38
31. State Pool: 100New recoveries: 2341
Cumulative tested: 15278399
Positive: 959986
Recovered: 935007
Active cases: 19685— I & PR Department, Odisha (@IPR_Odisha) July 21, 2021
୨୪ ଘଣ୍ଟାରେ ରାଜ୍ୟରେ ୭୨ହଜାର ୬୧ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ ହାର ରହିଛି ୨.୬୭ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୯ହଜାର ୯୮୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୩୫ହଜାର ୭ ଆକ୍ରାନ୍ତ । ଏବେ ରାଜ୍ୟରେ ୧୯ହଜାର ୬୮୫ ଆକ୍ଟିଭ୍ କେସ୍ ରହିଛି ।
Comments are closed.