Latest Odisha News

BREAKING NEWS

ଆଜି ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁଙ୍କର ସୁନାବେଶ

ପୁରୀ: ନବଦିନାତ୍ମର ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସିଂହଦ୍ୱାର ଆଗରେ ଆଜି ତିନି ରଥରେ ମହାପ୍ରଭୁଙ୍କ ହେବ ସୁନାବେଶ । ଦୁର୍ଲଭ ସୁନାବେଶରେ ଝଟକିବେ ଶ୍ରୀଜିଉ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଓ ନୀତି ନିର୍ଘଣ୍ଟ ସରିଛି । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବ ତିନି ଠାକୁର ।

ପରମ୍ପରା ଅନୁସାରେ, ମଧ୍ୟାହ୍ଣ ଧୂପ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସବୁ ରଥ ଉପରକୁ ଅଣାଯିବ । ଖୁଣ୍ଟିଆ, ମେକାପ ଓ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କୁ ସୁନାବେଶର ସଜ୍ଜିତ କରିବେ । ମହଣ ମହଣ ସୁନା, ରୂପା, ବିଭିନ୍ନ ଧାତୁ ଓ ରତ୍ନ ଖଚିତ ଭଳିକି ଭଳି ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଦର୍ଶନ ଦେବେ ରଥାରୁଢ଼ ଶ୍ରୀଜିଉ ।

ଆଷାଢ଼ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହାକୁ ରାଜରାଜେଶ୍ୱର ବେଶ ବି କୁହାଯାଏ । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁଙ୍କ ଦୁର୍ଲଭ ସୁନା ବେଶ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ ।

ଏଭର୍ଷ କରୋନା ପାଇଁ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କର ସୁନାବଶ । ଏଥିପାଇଁ ବଡ଼ଦାଣ୍ଡ ଓ ସଂଲଗ୍ନ ଅଞ୍ଚଳରେ କର୍ଫ୍ୟୁ ଲଗାଇଛି ପ୍ରଶାସନ । ଆସନ୍ତାକାଲି ଅଧରପଣା ନୀତି ଓ ତାପରଦିନ ନୀଳକନ୍ଦରକୁ ବିଜେ କରିବେ ନୀଳମଣି ।

Leave A Reply

Your email address will not be published.