Latest Odisha News

ଆଜି ରାଜ୍ୟରୁ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାରକୁ ଖସିଲାଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୦୬ ସଂକ୍ରମିତ । କ୍ୱାରେଣ୍ଟିନରୁ ୧୨୨୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୭୭ । ୧୮ ବର୍ଷ ଭିତରେ ଆଉ ୩୨୪ ଜଣ ପଜିଟିଭ୍ ବାହାରିଛନ୍ତି ।


ରାଜ୍ୟରେ ୩ଟି ଜିଲ୍ଲାରେ କେବଳ ଶହେ ଉପରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡରୁ ୨୧୯ ଓ କଟକ ଜିଲ୍ଲାରୁ ଆଉ ୧୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୬୬ହଜାର ୮୧୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୩୪ହଜାର ୩୫୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨୩ହଜାର ୬୭୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed.