Latest Odisha News

BREAKING NEWS

ନୀରବିଗଲେ ସ୍ୱର ଜଗତର ସରସ୍ୱତୀ ଲତା ମଙ୍ଗେସକର

ଭୁବନେଶ୍ୱର: ଚାଲିଗଲେ ସଙ୍ଗୀତ ଜଗତର ସରସ୍ୱତୀ । ମାଆ ସରସ୍ୱତୀଙ୍କ ବରଦାନରୁ ପାଲଟିଥିଲେ ସୁରସାମ୍ରାଜ୍ଞୀ । ଆଉ ସଙ୍ଗୀତ ଜଗତରେ ନିଜର କଣ୍ଠ ସ୍ୱର ହିଁ ତାଙ୍କୁ ଦେଇଥିଲା ଅଲଗା ଏକ ପରିଚୟ। ଏବେ ସବୁଦିନ ନିରବୀ ଯାଇଛି ସେଇ ସୁଲଳିତ କଣ୍ଠର ସ୍ୱରା। ସଙ୍ଗୀତ ଜଗତରେ ଅସ୍ତମିତ ହୋଇଯାଇଛି ଉଦୀୟମାନ ପ୍ରତିଭା ।    ଦୀର୍ଘ ୨୯ ଦିନ ଧରି ଜୀବନ ସହ ସଂଘର୍ଷ ଜାରି ରଖିଥିବା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଉ ନାହାନ୍ତି।  ବ୍ରିଚକ୍ୟାଣ୍ଡି ହସପିଟାଲରେ ୯୨ବର୍ଷ ବୟସରେ ଜୀବନ ଯୁଦ୍ଧରେ ପରାସ୍ତ ହୋଇଗଲେ କୋକିଳକଣ୍ଠୀ ଲତା। କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ।ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ ।

ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ ରୋଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ୩ ଥର ଜାତୀୟ ଫିଲ୍ମ ପୁରସ୍କାର, ୧୫ ଥର ବିଏଫଜେଏ(ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ ଆସୋସିଏସନ୍) ପୁରସ୍କାର, ୪ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଫିଲ୍ମ ଫେୟାର ପୁରସ୍କାର ଓ ଫିଲ୍ମ ଫେୟାର ଜୀବନବ୍ୟାପୀ ସାଧନା ପୁରସ୍କାର(୧୯୯୩) ଲାଭ କରିଛନ୍ତି।

ଏହା ସହିତ ସେ ପଦ୍ମ ଭୂଷଣ(୧୯୬୯), ଦାଦା ସାହେବ ଫାଲକେ ପୁରସ୍କାର(୧୯୮୯), ମହାରାଷ୍ଟ୍ର ଭୁଷଣ(୧୯୯୭), ପଦ୍ମ ବିଭୂଷଣ(୧୯୯୯), ଭାରତ ରତ୍ନ (୨୦୦୧), ଫ୍ରାନ୍ସ ସରକାରଙ୍କ ତରଫରୁ ‘ଲିଜିୟନ୍ ଅଫ୍ ଅନର୍’ ସମ୍ମାନ ଲାଭ କରିଛନ୍ତି

ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇ ରହିବ।

Comments are closed, but trackbacks and pingbacks are open.