ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାର ପ୍ରକୋପ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୬୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୩୧୪ଟି ମାମଲା ଆସିଥିବା ବେଳେ ୯୫୩ଟି ମାମଲା ସ୍ଥାନୀୟ ସଂକ୍ରମିତ । ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 13th April
New Positive Cases: 2267
In quarantine: 1314
Local contacts: 953(Details of local contacts will be shared by concerned District Administration)
District Wise Cases:
1. Angul: 48
2. Balasore: 67
3. Bargarh: 120
4. Bhadrak: 28
5. Balangir: 93— I & PR Department, Odisha (@IPR_Odisha) April 14, 2021
ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡ଼ରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩, କଟକରୁ ୧୧୭, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୫, ଗଜପତିରୁ ୩୧, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୫୫, ଖୋର୍ଦ୍ଧାରୁ ୩୪୮, କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ନବରଙ୍ଗପୁରରୁ ୧୦୪, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୦୪, ପୁରୀରୁ ୭୦, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୬, ଷ୍ଟେଟ ପୁଲରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୫୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୨ ହଜାର ୨୪୪ଟି ସକ୍ରିୟ ସଂକ୍ରମଣ ମାମଲା ଥିବାବେଳେ ୩ ଲକ୍ଷ ୪୧ ହଜାର ୧୨୩ ଜଣ ସୁସ୍ଥ ହୋଇଛନ୍ତି ।
Comments are closed.