Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୨୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୩ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଅଛନ୍ତି । ସୁନ୍ଦରଗଡ଼ରୁ ଆଉ ୩ ଜଣ ପ୍ରାଣ ହରାଇଛନ୍ତି ।

କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ କରୋନା ଆଉ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୬୮୯କୁ ବୃଦ୍ଧି ପାଇଛି ।

ଜାନୁଆରୀ ମାସରେ ରାଜ୍ୟ କମ୍ ଥିଲା ଦୈନିକ କୋଭିଡ୍ ମୃତ୍ୟୁସଂଖ୍ୟା । ଦୈନିକ ମୃତ୍ୟୁସଂଖ୍ୟା ଦୁଇ ଅଙ୍କ ତଳେ ରହିଥିଲା । ଜାନୁଆରୀ ୨୬ରେ ୧୦ ଜଣଙ୍କର ଜୀବନ ଯାଇଥିଲା । ଫେବ୍ରୁଆରୀରେ ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି ।

Comments are closed, but trackbacks and pingbacks are open.