ନୂଆଦିଲ୍ଲୀ: ଦେଶରେ ଟିକାକରଣ ପୂର୍ବରୁ କରୋନା ଲଢ଼େଇରେ ଆସିଲା ଆଉ ଗୋଟିଏ ଖୁସି ଖବର । ଦେଶରେ କରୋନାରୁ ସୁସ୍ଥ ହେଲେଣି କୋଟିଏ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ଆଜି କୋଟିଏ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ହଜାର ୮୫୯ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୯ହଜାର ୫୮୭ ଜଣ । ଦେଶରେ ସୁସ୍ଥ ହାର ରହିଛି ୯୬.୩୬%। ଏବେ ଆକ୍ଟିଭ୍ କେସ୍ ୨ଲକ୍ଷ ୨୮ହଜାର ୮୩ଟି ରହିଛି ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୪୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ୧କୋଟି ୩ଲକ୍ଷ ୯୫ହଜାର୨୭୮କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୨୨୨ ଆକ୍ରାନ୍ତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୩୩୬ ଛୁଇଁଛି । ଦେଶରେ ମୃତ୍ୟୁହାର ୧.୪୫% ରହିଛି ।
BREAKING NEWS
- Hanuman Ansh: ୧୦ ଲକ୍ଷରୁ ଆରମ୍ଭ, ଏବେ ୫୪ କୋଟି ପାର୍! ‘ହନୁମାନ ଅଂଶ’ର କମାଲ ଦେଖି ଚମକିଲା ବକ୍ସ ଅଫିସ୍
- ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା
- Glacial Lakes: ହିମାଳୟରେ କାୟା ମେଲାଉଛି ମୃତ୍ୟୁ! ଡରାଇଲାଣି ସାଟେଲାଇଟ୍ ଚିତ୍ର…ନେପାଳ ବନ୍ୟା ପରେ ବଢ଼ିଲା ଭାରତର ଚିନ୍ତା!
- ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!
- Odisha DGP: ଡିଜିପି ଚୟନ ମାମଲା:ସୁପ୍ରିମକୋର୍ଟରେ ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା
- ନୂଆ ଡ୍ରେସକୋଡ ଲଞ୍ଚ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍; ଝଲସୁଛି ଭାରତୀୟ କଳା ଓ ସଂସ୍କୃତି
- ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
- Rising Sea Levels: ସମୁଦ୍ରରେ ଲୀନ ହେବ ମୁମ୍ବାଇ-କୋଲକାତା? ୧.୪ କୋଟି ଲୋକଙ୍କ ଘରକୁ ବିପଦ, ଜାତିସଂଘର ଭୟଙ୍କର ଚେତାବନୀ
- Russia helping Iran: ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…

Comments are closed.