Latest Odisha News

BREAKING NEWS

ଆଜି ଓଡିଶାରୁ ୨୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୩.୦୮%

ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି କାରୋନା ସଂକ୍ରମଣ। ଆଜି ଚିହ୍ନଟ ହୋଇଛନ୍ତି ୨୩୩୪ ନୂଆ ଆକ୍ରାନ୍ତ। ଏମାନଙ୍କ ଭିତରେ ସଂଗରୋଧରୁ ୧୩୪୨ ଓ ଲୋକାଲ କେସ ରହିଛି ୯୯୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦ ଓ କଟକରୁ ଚିହ୍ନଟ ହୋଇଛନ୍ତି ୩୭୧ ଆକ୍ରାନ୍ତ।

କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ଵରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬, ମୟୂରଭଞ୍ଜରୁ ୧୦୪ ଓ ଜଗତସିଂହପୁରରୁ ବାହାରିଛନ୍ତି ୧୦୧ ନୂଆ ସଂକ୍ରମିତ। ୨୧ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ରୁ କମ ରହିଛି। ୭ ଜିଲ୍ଲାରେ ଦୁଇ ଅଙ୍କ ଭିତରେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଆଜି ରାଜ୍ୟରେ ପଜିଟିଭ ହାର ରହିଛି ୩.୦୮%। ୨୪ ଘଣ୍ଟାରେ ରାଜ୍ୟରେ ୭୫ହଜାର ୬୫୩ କାରୋନା ଟେଷ୍ଟ ହୋଇଛି। କରୋନାରେ ଆଉ ୫୮ ଜଣଙ୍କର ଜୀବନ ଯାଇଛି।

ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୩୭ହଜାର ୪୭୦କୁ ବୃଦ୍ଧି ପାଇଛି। ସୁସ୍ଥ ହେଲାଣି ୯ଲକ୍ଷ ୬ହଜାର ୫୧୯ ସଂକ୍ରମିତ। ଏବେ ରାଜ୍ୟରେ ୨୬ହଜାର ୩୬୪ କରୋନା ଆ କେସ ରହିଛି।

Leave A Reply

Your email address will not be published.