Latest Odisha News

BREAKING NEWS

ନିରଞ୍ଜନ ସେଠୀଙ୍କ ‘ ପୁଣ୍ୟବ୍ରହ୍ମ ‘ ‘ ପ୍ରୀତିନୀଡ଼’ ଓ ‘ନଥିବା ଲୋକର ଛାଇ’ ଉନ୍ମୋଚିତ

ଭୁବନେଶ୍ୱର : ମିରାମ୍ବିକା ପ୍ରଡକ୍ସନ ଏବଂ ସାଇ ସୃତି ପବ୍ଲିକେସନ ଆନୁକୂଲ୍ୟରେ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ ‘ପୁଣ୍ୟବ୍ରହ୍ମ’ ଏବଂ ପ୍ରୀତିନୀଡ଼’ ଓ “ନଥିବା ଲୋକର ଛାଇ’ ଦୁଇଟି କବିତା ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ , ରଘୁନନ୍ଦନ ଦାସ, ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ,  ପୂର୍ବତନ ପ୍ରଶାସକ ରବି ନାରାୟଣ ନନ୍ଦ, ଗବେଷକ ପାର୍ଥ ସାରଥୀ ଅଜୟ ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସେଠୀଙ୍କ ରଚିତ ଭଜନ ଓ କବିତା ବିଷୟରେ ଆଲୋଚନା କରିଥିଲେ ।

ଜୀବନ, ଜଞ୍ଜାଳ, ଯନ୍ତ୍ରଣା ଓ ଜଗନ୍ନାଥଙ୍କୁ ନେଇ ଅଡିଓ ପୁଣ୍ୟବ୍ରହ୍ମ ଅତ୍ୟନ୍ତ ମର୍ମସ୍ପଶୀ , ଉଚ୍ଚକୋଟୀର ଶବ୍ଦବିନ୍ୟାସ, ସ୍ୱର ସଂଯୋଜନା ,ସର୍ବୋପରି ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠଦାନ ଅତ୍ୟନ୍ତ ମନମୁଗ୍ଧକର । ଏହା ସଙ୍ଗୀତ ଜଗତକୁ ଏକ ବଳିଷ୍ଠ ଅବଦାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଗୀତିକବିତା ସଙ୍କଳନ ‘ପ୍ରୀତିନୀଡ଼’ ପ୍ରେମ, ବିରହ, ବିଚ୍ଛେଦ, ପ୍ରତାରଣାର କଥା କହୁଥିବା ବେଳେ ଆଧୁନିକ କବିତା ସଙ୍କଳନ ‘ନଥିବା ଲୋକର ଛାଇ’ ଭିନ୍ନ ସ୍ୱାଦର କଥା କହେ । ଜୀବନର ପ୍ରତି ପାଦରେ ଦୁଃଖ ,ଯନ୍ତ୍ରଣା ଓ ଅମାନବୀୟ ଅବବୋଧରେ ଛଟପଟ ଜୀବନରେ ଅଦୃଶ୍ୟରେ ମଣିଷକୁ କେହି ଜଣେ ବାଟ କଢେଇ ନେଉଥିବା କଥା କବି ଅଙ୍ଗେ ଅଙ୍ଗେ ଅନୁଭବ କରିଥିବା କବିତାଗୁଡିକର ସାରମର୍ମ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.