Latest Odisha News

ଆଜି ଓଡ଼ିଶାରୁ ୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୧୪%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଗତ ସପ୍ତାହେ ହେବ ସ୍ଥିର ରହିଥିଲା କରୋନା ସଂକ୍ରମଣ । ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୨ହଜାର ୬୪୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୫ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ଶହ ୨୩ଟି ।

ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨ ଓ ଭଦ୍ରକ ଜିଲ୍ଲାରୁ ୧୨୮ ପଜିଟିଭ୍ ବାହାରିଛନ୍ତି । ବାକି ୨୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ତିନିଟି ଜିଲ୍ଲା ଦେବଗଡ଼(୪), ନୂଆପଡ଼ା(୮) ଓ ଝାରସୁଗୁଡ଼ାରେ(୮) ଦୁଇ ଅଙ୍କ ତଳେ (୧୦ରୁ କମ୍) ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।ଗତକାଲି ଅପେକ୍ଷା ଆଜି ପାଖାପାଖି ୩ ହଜାର କମ୍ ଟେଷ୍ଟିଂ ହୋଇଛି । ଗତକାଲି ୬୬ହଜାର ୧୦୯ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ୨୪ ଘଣ୍ଟାରେ ୬୩ହଜାର ୬୯୫ ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ପଜିଟିଭ୍ ହାର ୪.୧୪ ପ୍ରତିଶତକୁ ହ୍ରାସ ପାଇଛି । ଗତକାଲି ପଜିଟିଭ୍ ହାର ଥିଲା ୫.୦୨ ପ୍ରତିଶତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୬ହଜାର ୪୨୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୭୦ହଜାର ୭୮୭ ଆକ୍ରାନ୍ତ । ଏବେ ରାଜ୍ୟରେ ୩୧ହଜାର ୬୧୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.