Latest Odisha News

ଆଜି ଓଡ଼ିଶାରୁ କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ସାମାନ୍ୟ କମିଛି । ୨୪ ଘଣ୍ଟାରେ ଆଉ ୪୦ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୪ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କଟକ, ବରଗଡ଼, ପୁରୀ ଜିଲ୍ଲାରେ ମୃତ୍ୟୁସଂଖ୍ୟା ଥମୁଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ଆକ୍ରାନ୍ତ ।

ସେହିପରି କଟକ, ବରଗଡ଼, ନୟାଗଡ଼ର ଜିଲ୍ଲାରୁ ଆଉ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ପୁରୀ ଜିଲ୍ଲାରେ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଓ ଅନୁଗୋଳ ଜିଲ୍ଲାରୁ ଆଉ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

କଳାହାଣ୍ଡି ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନବରଙ୍ଗପୁର, ସମ୍ୱଲପୁର, କୋରାପୁଟ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ହଜାର ୯୭୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.