Latest Odisha News

ପୁଣି ଟିକା ସଙ୍କଟ: ଆଜି ଓଡ଼ିଶାର ଦୁଇଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଜୁନ୍ ୨୧ ତାରିଖରୁ ଓଡ଼ିଶାରେ କ୍ୟାମ୍ପେନ ମୋଡରେ ଟିକାକରମ ଚାଲିଥିଲା । ଆଜିଠୁ ପୁଣି ଥରେ ଟିକା ସଙ୍କଟ ଦେଖାଦେଇଛି । ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ଦୁଇଟି ଜିଲ୍ଲା ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ବନ୍ଦ ରହିବ ଟିକାକରଣ । ବର୍ତ୍ତମାନ ରାଜ୍ୟରେ ୧ଲକ୍ଷ ୧୩ହଜାର ୮୩୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ତେଣଉ ବ୍ୟାପକ ଟିକାକରଣ ହୋଇ ପାରିବ ନାହିଁ । ଆଜି ୪୯୫ଟି କେନ୍ଦ୍ରରେ ଟିକା ଦିଆଯିବ ।

ଟିକାର ନିଅଣ୍ଟିଆ ପରିସ୍ଥିତି ବାବଦରେ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ ଅତିରିକ୍ତ ଭାବରେ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ନଚେତ୍ ଆଜି ପରେ ରାଜ୍ୟରେ ଟିକାକରଣ ପ୍ରଭାବିତ ହେବ ବୋଲି ଦର୍ଶାଇଥିଲେ ।

ସରକାର ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଟାର୍ଗେଟ ରଖିଥିଲେ । ଆବଶ୍ୟକ ଟିକା ନଥିବାରୁ ଲକ୍ଷ୍ୟ ପୂରଣ ହେବ ନାହିଁ । ପୂର୍ବରୁ ଗତ ୨୧ ତାରିଖରେ ରାଜ୍ୟରେ ୧୬ଶହ ୧୩ଟି କେନ୍ଦ୍ରରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା । ଆଜି ୪୯୫ଟି କେନ୍ଦ୍ରରେ ଟିକାକରଣ କରାଯିବ ।

Leave A Reply

Your email address will not be published.