Latest Odisha News

BREAKING NEWS

କ୍ରମାଗତ ତୃତୀୟ ଦିନରେ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ତିନି ଦିନ ହେଲାଣି । ରାଜ୍ୟରେ କ୍ରମାଗତ ତିନି ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୯୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭ ଶହ ୩୭ ଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୫୮ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ଦୁଇ ଶହ ତଳେ ରହିଛି ଦୈନିକ ପଜିଟିଭ୍ କେସ୍ । କଟକରେ ସଂକ୍ରମିତ ହୋଇଛନ୍ତି ଆଉ ୧୬୬ ଜଣ । ଅନୁଗୋଳରୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪୨ ଆକ୍ରାନ୍ତ ।

ପୁରୀରୁ ୧୪୫, ସମ୍ୱଲପୁରରୁ ୧୩୮, କେନ୍ଦ୍ରାପଡ଼ାରୁ ୧୩୫, ବାଲେଶ୍ୱରରୁ ୧୨୧ ଓ ସୁନ୍ଦରଗଡ଼ ଜିଲ୍ଲା ନୂଆ ଆକ୍ରାନ୍ତଙ୍କ ତାଲିକାରେ ଆଉ ୧୦୧ ଜଣଙ୍କ ନାଁ ଯୋଡ଼ିଛି । ବାକି ସମସ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଶେହରୁ କମ୍ ଲେଖାଏ ନୂଆ ସଂକ୍ରମିତ ।

ରାଜ୍ୟରୋ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୦ ହଜାର ୨୧୭ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୨୯ ହଜାର ୭୭୦ ।

Leave A Reply

Your email address will not be published.