Latest Odisha News

BREAKING NEWS

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଟମ୍‌ କ୍ରୁଜ୍‌ଙ୍କ ଅଭୁତପୂର୍ବ ଷ୍ଟଣ୍ଟ୍‌ ପ୍ରଦର୍ଶନ

ନୂଆଦିଲ୍ଲୀ: ଟମ୍‌‌ କ୍ରୁଜ୍‌ ଆଜିକାଲି ‘ମିଶନ୍‌ ଇମ୍ପସିବଲ୍‌ ୭’ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ଟମ୍‌ଙ୍କ ଏକ ନୂଆ ଭିଡିଓ ସାମ୍‌ନାକୁ ଆସିଛି।

ଏହି ଭିଡିଓରେ ସେ ଏକ ହାଇ ସ୍ପିଡ୍‌ରେ ଚାଲୁଥିବା ‌ଟ୍ରେନ୍‌ ଉପରେ ଏକ ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବା ଦୃଶ୍ୟରେ ନଜର ଆସିଛନ୍ତି।

ତେବେ ଏହି ଷ୍ଟଣ୍ଟ୍‌ ଦେଖିବା ପରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ, କ୍ରୁଜ୍‌ ପୂର୍ବରୁ ଏପରି ଷ୍ଟଣ୍ଟ୍‌ ପାଇଁ ନିଜ ଜୀବନକୁ ବିପଦରେ ପକାଇଛନ୍ତି।

ଆଉ ଜଣେ ଲେଖିଛନ୍ତି କେବଳ କ୍ରୁଜ୍‌ ହିଁ ଏହିପରି ଷ୍ଟଣ୍ଟ୍‌କୁ ସହଜରେ ସୁଟ୍‌ କରିପାରିବେ। ତେବେ ମହାମାରୀ କରୋନା ଯୋଗୁ ‘ମିଶନ୍‌ ଇମ୍ପସିବଲ୍‌ ୭’ର ସୁଟିଂ ଅଧାରୁ ବନ୍ଦ କରାଯାଇଥିଲା।

ଏବେ ଏହି ଫିଲ୍ମର ସୁଟିଂ ପୁଣି ଥରେ ଆରମ୍ଭ ହୋଇଛି। ଫିଲ୍ମଟି ୨୩ ଜୁଲାଇ ୨୦୨୧ରେ ମୁକ୍ତିଲାଭ କରିବାର ଥିଲା ହେଲେ ମହାମାରୀ କରୋନା ଯୋଗୁ ଚଳଚ୍ଚିତ୍ର ନିର୍ମାତା ଏହାକୁ ୧୯ ନଭେମ୍ବର ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.