Latest Odisha News

BREAKING NEWS

ରାଜ୍ୟରୁ ୨୪ ଘଣ୍ଟାରେ ୩୦୦ କରୋନା ପଜିଟିଭ୍, ଅନୁଗୁଳରୁ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ମହାମାରୀ । କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ତିନି ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୭୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୨୬ଟି ରହିଛି ।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୪ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡ଼ରୁ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ମୋଟ୍ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ୯ଟି ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୨୦ ଭିତରେ ରହିଛି ।

ସେହିପରି ଦଶ ଭିତରେ ୧୩ଟି ଜିଲ୍ଲାରୁ ନୂଆ ପଜିଟିଭ୍ କେସ୍ ବାହାରିଛି । ଏଥିରୁ ୫ଟି ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୪ହଜାର ୩୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୧୯ହଜାର ୪୫୮ ଆକ୍ରାନ୍ତ । ୩ହଜାର ୬୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Comments are closed.